Sunday, October 4, 2026
28.6 C
Odisha

    ଜାପାନ ବାୟୁସୀମା ଟପିଲା ଚୀନର ଲଢୁଆ ବିମାନ

    ଆଗକୁ ପଢନ୍ତୁ

    ଟୋକିଓ: ନିଜର ପଡ଼ୋଶୀ ଦେଶମାନଙ୍କ ବିରୋଧରେ କିଛି ନା କିଛି କାଣ୍ଡ କରିଚାଲିଛି ଚୀନ । ନିକଟେ ଫିଲିପାଇନ୍ସ ର ଜାହାଜକୁ ଚୀନର ଏକ ଜାହାଜ ଜାଣିଶୁଣି ଧକ୍କା କରିବା ପରେ ଏବେ ଜାପାନ ବାୟୁସୀମାରେ ଅନୁପ୍ରବେଶ କରିଛି ଚୀନ ବିମାନ ।

    ଜାପାନର ଜଣେ ବରିଷ୍ଠ ସରକାରୀ ମୁଖପାତ୍ର ମଙ୍ଗଳବାର କହିଛନ୍ତି ଯେ ଚୀନର ଏକ ସାମରିକ ବିମାନ କିଛି ଦିନ ପୂର୍ବରୁ ଜାପାନ ଆକାଶମାର୍ଗରେ ପ୍ରବେଶ କରିଥିଲା ଏବଂ ଏହି ଘଟଣା କ୍ଷେତ୍ରୀୟ ଉଲ୍ଲଂଘନ ଏବଂ ସୁରକ୍ଷା ପ୍ରତି ବିପଦ। ଜାପାନ ଏହି ପ୍ରସଙ୍ଗରେ ଦୃଢ଼ ଆଭିମୁଖ୍ୟ ଦେଖାଇଛି। ଜାପାନ କହିଛି ଯେ ଚୀନ୍ ବିମାନ ପୂର୍ବରୁ ଦକ୍ଷିଣ-ପୂର୍ବ ସୀମା ପରିକ୍ରମା କରିସାରିଛି, କିନ୍ତୁ ପ୍ରଥମ ଥର ପାଇଁ କୌଣସି ବିମାନ ଜାପାନର ଆକାଶପଥ ଉଲ୍ଲଂଘନ କରିଛି।’ଜାପାନର ମୁଖ୍ୟ କ୍ୟାବିନେଟ୍ ସଚିବ ୟୋଶିମାସା ହାୟାସି କହିଛନ୍ତି ଯେ ଚୀନର ଏକ ୱାଇ-୯ ବିମାନ ସୋମବାର ଜାପାନର ଦକ୍ଷିଣ-ପଶ୍ଚିମ ଆକାଶମାର୍ଗରେ ପ୍ରବେଶ କରିଥିଲା। ପ୍ରଥମ ଥର ପାଇଁ ଜାପାନର ଆତ୍ମରକ୍ଷା ବାହିନୀ ନିଜ ଆକାଶମାର୍ଗରୁ ଚୀନର ସାମରିକ ବିମାନ ଠାବ କରିଛି। ଜାପାନ ଅଭିଯୋଗ କରିଛି ଯେ ସାମୁଦ୍ରିକ ସୀମାରେ ଚୀନ୍ ଲଗାତାର ଉତ୍ତେଜନାମୂଳକ ପଦକ୍ଷେପ ନେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ