Monday, June 23, 2025
29.8 C
Odisha

ଶଙ୍ଖ ଧରିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ

ଆଗକୁ ପଢନ୍ତୁ

ବିଜେଡିରେ ଯୋଗ ଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ । ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ବିଜେଡିରେ ଯୋଗ ଦେଇଛନ୍ତି ଚିରଞ୍ଜିବୀ । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜିବୀ । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚିରଞ୍ଜିବୀ ଏହାପୂର୍ବରୁ ତିର୍ତ୍ତୋଲ ଓ ଜଗତସିଂହପୁରରୁ ବିଧାୟକ ରହି ସାରିଛନ୍ତି । ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଜଗତସିଂହପୁରରେ ବରିଷ୍ଠ ନେତାଙ୍କ ଅନ୍ୱେଷଣରେ ଥିଲା ବିଜେଡି । ଚିରଞ୍ଜିବୀଙ୍କୁ ଦଳରେ ସାମିଲ କରି ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ଚାହୁଁଥାଇପାରନ୍ତି ବିଜେଡିର ଶୀର୍ଷ ନେତୃତ୍ୱ । ଚିରଞ୍ଜିବୀଙ୍କୁ ଦଳରେ ସାମିଲ କଲେ ମଧ୍ୟ କେଉଁଠୁ ପ୍ରାର୍ଥୀ କରିବେ ତାହାକୁ ନେଇ ସସପେନ୍ସ ଲାଗି ରହିଛି । କାରଣ ପୂର୍ବରୁ ଜଗତସିଂହପୁରରୁ ବିଧାୟକ ଥିବା ଚିରଞ୍ଜିବୀ ଏବେ ପାରାଦ୍ୱୀପ ମୁହାଁ ହେଉଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଚିରଞ୍ଜିବୀଙ୍କ ଆସନକୁ ନେଇ କୌଣସି ସ୍ପଷ୍ଟ ସଂକେତ ମିଳି ପାରିନାହିଁ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
29.8 ° C
29.8 °
29.8 °
65 %
4.4kmh
100 %
Mon
30 °
Tue
31 °
Wed
30 °
Thu
29 °
Fri
28 °

ସମ୍ବନ୍ଧିତ