Saturday, August 1, 2026
29.2 C
Odisha

    ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ

    ଆଗକୁ ପଢନ୍ତୁ

    ବହରାଇଚ: ରବିବାର ଦୁର୍ଗାମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଉତ୍ତରପ୍ରଦେଶର ବହରାଇଚରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶୋଭାଯାତ୍ରା ସମୟରେ ସଙ୍ଗୀତ ବଜାଇବାକୁ ନେଇ ଏହି ହିଂସାକାଣ୍ଡ ଘଟିଥିଲା, ଯେଉଁଥିରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ।

    ବହରାଇଚର ମହସୀ ସବ୍ ଡିଭିଜନ ଦେଇ ଯାଉଥିବା ଏହି ଶୋଭାଯାତ୍ରା ଉପରକୁ ପଥର ଫିଙ୍ଗିବା ସହ ଗୁଳି ମାଡ଼ କରାଯିବା ପରେ ହିଂସା ଓ ଉତ୍ତେଜନା ବୃଦ୍ଧି ପାଇଥିଲା। ସଂଘର୍ଷ ପରେ ଜିଲ୍ଲା ପ୍ରଶାସନ ମହସୀରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଥିଲା। ଦୁର୍ବୃତ୍ତମାନେ ଲକ୍ଷ୍ନୌ ସେବା ହସ୍ପିଟାଲରେ ନିଆଁ ଲଗାଇ ଦେଇଥିଲେ। ଏହାଦ୍ବାରା ଭିତରେ ଥିବା ଏକ୍ସ-ରେ ମେସିନ୍ ନଷ୍ଟ ହେବା ସହ ବେଡ୍ ଓ ଝରକା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କିଛି ଲୋକ ନିକଟରେ ଥିବା ଏକ ମେଡ଼ିକାଲ ଷ୍ଟୋରରେ ନିଆଁ ଲଗାଇ ଦେବା ଫଳରେ ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଅଗ୍ନିକାଣ୍ଡରେ ଏକ ମୋଟର ସାଇକେଲ ସୋ’ରୁମ୍‌ରେ ନିଆଁ ଲାଗିଯିବା ସହ ନୂଆ ମୋଟର ସାଇକେଲଗୁଡ଼ିକ ମଧ୍ୟ ଜଳି ଯାଇଛି।

    ଜଣେ ମୃତ, ହସ୍ପିଟାଲ ଓ ଦୋକାନ ଜାଳିଦେଲେ, ୩୦ ଗିରଫ

    ବିକ୍ଷୋଭ ସମୟରେ ଦୁର୍ବୃତ୍ତମାନେ ପୂରା ସୋ’ରୁମ୍‌କୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ସଂଘର୍ଷ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। କର୍ତ୍ତୃପକ୍ଷ ପ୍ରାନ୍ତୀୟ ସଶସ୍ତ୍ର ବାହିନୀ (ପିଏସି)ର ୧୦ କମ୍ପାନି, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ୨ କମ୍ପାନି ଏବଂ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ୟୁପିଏସ୍‌ଟିଏଫ୍)ର ୫ଟି ଟିମ୍ ପଠାଇଛନ୍ତି। ଦଙ୍ଗା ନିୟନ୍ତ୍ରଣ ଗାଡ଼ି ସହ ପ୍ରାୟ ୧୫ ଜଣ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏଥିସହ ପୁଲିସ ୩୦ ଜଣଙ୍କୁ ଗିରଫ କରିଛି। ସଲମାନ ନାମକ ଜଣେ ବ୍ୟକ୍ତିଙ୍କ ଘର ଓ ଦୋକାନରୁ ଶୋଭାଯାତ୍ରା ଉପରକୁ ଗୁଳି ଚାଳନା ହୋଇଥିବାର ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏହାବ୍ୟତୀତ ଏହି ସଂଘର୍ଷ ଘଟଣାରେ ଅନ୍ୟ ୧୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

    ଏହି ୧୦ ଜଣଙ୍କ ମଧ୍ୟରେ ଅଛନ୍ତି- ଅବଦୁଲ ହମିଦ, ସରଫରାଜ, ଫହିମ, ସାହିର ଖାନ, ନାନକାଉ ଓ ମାର୍ଫ ଅଲି ଏବଂ ବାକି ୪ ଜଣଙ୍କ ପରିଚୟ ମିଳିପାରିନାହିଁ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଡାକିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ ଦୋଷୀ ଓ ଦଙ୍ଗାକାରୀଙ୍କୁ ଛଡ଼ାଯିବ ନାହିଁ। ଯେଉଁମାନଙ୍କ ଅବହେଳା ଯୋଗୁ ଏହି ଘଟଣା ଘଟିଛି ସେମାନଙ୍କ ବିରୋଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସପା ନେତା ଏସ୍‌ଟି ହାସନ ଆଇନକୁ ନିଜ ହାତକୁ ନ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    77 %
    1.3kmh
    100 %
    Sat
    29 °
    Sun
    31 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ