Saturday, July 27, 2024
24.6 C
Odisha

    ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ଆଉ ୩୦ ହଜାର କଳାକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ରେ ଆଉ ୩୦ହଜାର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା । 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏହି ଯୋଜନାରେ ଅଧିକ କଳାକାର ଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ଅନୁରୋଧ କରି ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହାପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇ ଛନ୍ତି।ଯୋଜନାରେ ୫୦,୦୦୦ କଳାକାର ମାନଙ୍କୁ ମାସିକ ୧୨୦୦ ଟଙ୍କା(ବାର ଶହ ଟଙ୍କା) ସହାୟତା ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ଏହି ଯୋଜନା ର ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ୮୦ ହଜାରକୁ ବୃଦ୍ଧି କରା ଯାଇଛି । ଏହା ଦ୍ୱାରା ରାଜ୍ୟର ଆଉ ୩୦ ହଜାର କଳାକାର ଏଥିରେ ଉପକୃତ ହେବେ ।

    ଆମର ଲୋକକଳା ଗୁଡିକ ଆମ ଜାତିର ଅସ୍ମିତା ଅଟନ୍ତି ଏବଂ କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାରକ ତଥା ବାର୍ତ୍ତାବହ ଅଟନ୍ତି । ଏହି ଯୋଜନାରେ ଅଧିକ କଳାକାର ଙ୍କୁ ସାମିଲ କରାଯିବା ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉତ୍ସାହିତ ଓ ଉପକୃତ ହେବେ । ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ