Wednesday, October 7, 2026
23.2 C
Odisha

    କାଶୀପୁର ଅଜଣା ରୋଗରେ ମୃତ୍ୟୁ ଘଟଣା: କାରଣ ଖୋଜିବା ନେଇ ଦେଲେ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଖବରକୁ ନେଇ ଆକ୍ସନ ମୋଡରେ ମୋହନ ସରକାର। ଗଣମାଧ୍ୟମରେ କାଶୀପୁରରେ ଅଜଣା ରୋଗରେ ପଡି ଲୋକଙ୍କ ଜୀବନ ଯିବା ଖବର ବାଜିବା ପରେ ସରକାର ହସ୍ତକ୍ଷେପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ରାୟଗଡ଼ାର ଆଦିବାସୀ ଅଂଚଳରେ ଅଜଣା ରୋଗ ବ୍ୟାପିବା ପଛର କାରଣ ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ବି ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଥିବାରୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅଜଣା ରୋଗ ବ୍ୟାପିଥିବା ମାନୁଷପଦର ଗାଁକୁ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

    କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର୍ ଗାଁରେ କିଛି ଦିନ ହେଲା ଏକ ଅଜଣା ରୋଗ ବ୍ୟାପି ଥିବା ଜଣାପଡ଼ିଛି ଏହି ରୋଗରେ ସାଧାରଣତଃ ଛୋଟ ଶିଶୁମାନେ ଆକ୍ରାନ୍ତ ହୋଇଥିବା ବେଳେ ଗତ ସପ୍ତାହ ମଧ୍ୟରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ପୀଡ଼ିତ ହୋଇଥିବା ସିରମ ରକ୍ତ ନମୁନା ଅଧିକା ପରୀକ୍ଷା ପାଇଁ ଭୁବନେଶ୍ୱର ପଠା ଯାଇଥିବା ସୂଚନା ମିଳିଛି। ଏହି ରିପୋର୍ଟ ଆସିବା ପାଇଁ ୭ ଦିନ ଲାଗିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ