Sunday, October 4, 2026
28.6 C
Odisha

    ବାତ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା-ପୁନରୁଦ୍ଧାର ପାଇଁ ସିଏମ୍‌ଆରଏଫ୍‌କୁ ମିଳିଲା ୭୧ ଲକ୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଲୋକସେବା ଭବନ ଠାରେ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କ ଠାରୁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରହଣ କରିଛନ୍ତି।
    ସୂଚନା ଯୋଗ୍ୟ ଯେ କେଏମ୍‌ଭି ପ୍ରୋଜେକ୍ଟ ଲିମିଟେଡେ ପକ୍ଷରୁ ୫୦ଲକ୍ଷ ଟଙ୍କା, ବିଜ୍ଞାନ ଭାରତୀ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ ଟଙ୍କା, ହାଇ ଇଲ୍‌ଡ ଇଷ୍ଟେଟ୍‌ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ୫ ଲକ୍ଷ ଟଙ୍କା, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ ୨ ଲକ୍ଷ ଟଙ୍କା, ଶିବାନୀ ରିସୋର୍ସେସ ପକ୍ଷରୁ ୨ ଲକ୍ଷ ଟଙ୍କା ଏବଂ ଭୁବନେଶ୍ବର ସେଣ୍ଟ୍ ଜାଭିୟର୍ସ ସ୍କୁଲ ପିଲାମାନଙ୍କ ପକ୍ଷରୁ ୨ଲକ୍ଷ ୧ ହଜାର ଟଙ୍କାର ସହାୟତା ରାଶି ଚେକ୍‌ ଆକାରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ସମୁଦାୟ ୬ଟି ସଂସ୍ଥା ପକ୍ଷରୁ ୭୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ