Sunday, September 13, 2026
28.7 C
Odisha

    ସାବଧାନ, ଦୈନନ୍ଦିନ ବ୍ୟବହାର ଜିନିଷରୁ ବି ହୋଇପାରେ କ୍ୟାନସର୍‌

    ଆଗକୁ ପଢନ୍ତୁ

    କ୍ୟାନ୍‌ସର। ଏହି ନା ଶୁଣିଲେ ସମସ୍ତଙ୍କ ମନରେ ଛନକା ପସେ। ଏହା ଏକ ମାରାତ୍ମକ ରୋଗ। ଏହି ରୋଗ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂରା ବିଶ୍ୱରେ ପ୍ରତିବର୍ଷ ଶତାଧିକ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି। ଆମେ ନିଶ୍ୱାସ ନେଉଥିବା ବାୟୁଠାରୁ ଆରମ୍ଭ କରି ସାଧାରଣ ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ଏବଂ ଖାଉଥିବା ଖାଦ୍ୟରେ ମଧ୍ୟ ଏହି କ୍ୟାନ୍‌ସର ଜୀବାଣୁ ରହିଥିବା ଏବେ ବୈଜ୍ଞାନିକମାନେ କହିଛନ୍ତି। ଏପରିକି ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ଜିନଷରୁ ମଧ୍ୟ କ୍ୟାନ୍‌ସର ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସଚେତନ କରାଇଛନ୍ତି।

    କର୍କିନୋଜେନ ସହିତ ସମ୍ପର୍କ ଥିଲା, ଏହାର ଅର୍ଥ ନୁହେଁ ଯେ ତୁମେ କର୍କଟ ରୋଗରେ ଆକ୍ରାନ୍ତ ହେବ। ଆପଣଙ୍କର ଅସୁସ୍ଥ ହେବାର ସମ୍ଭାବନା ଅନେକ ଜିନିଷ ଉପରେ ନିର୍ଭର କରେ। ଅନେକ ଥର, ଆପଣଙ୍କର ଜିନ୍ ମଧ୍ୟ ଏକ ଭୂମିକା ଗ୍ରହଣ କରିଥାଏ। ଦୈନନ୍ଦିନ ବ୍ୟବହୃତ ହେଉଥିବା ଜିନିଷରୁ ମଧ୍ୟ କ୍ୟାନ୍‌ସର କାରକ ବ୍ୟାପି ତେଣୁ ଏଥିପ୍ରତି ସଚେତନ ରହିବା ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି।

    ନନ୍‌ଷ୍ଟିକ୍‌ କୁକ୍ଓ୍ୱେର୍‌ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍‌ କଣ୍ଟେନର୍‌, ଘର କ୍ଲିନର ଲିକ୍ୟୁଡ୍‌, ସେଣ୍ଟେଡ୍‌ କ୍ୟାଣ୍ଡେଲ, ଇଲେକ୍ଟ୍ରୋନିକ୍‌ ରେଡିଏସନ୍‌ ଆଦିରୁ ମଧ୍ୟ କ୍ୟାନ୍‌ସର ରୋଗର ବିପଦ ରହିଥିବା ଡାକ୍ତରମାନେ କହିଛନ୍ତି। ଏହି ସବୁ ସାମଗ୍ରୀରେ କାର୍କିନୋଜେନ୍‌ ଏକ ପ୍ରକାରର କ୍ୟାନସର୍‌ କାରକ ରହିଥାଏ।

    ନନ୍‌ଷ୍ଟିକ୍ କୁକ୍ଓ୍ୱେର୍‌: ଟେଫଲନ୍-କୋଟେଡ୍‌ ପ୍ୟାନଗୁଡିକରେ ଖାଦ୍ୟ ରୋଷେଇ କରିବା ପାଇଁ ଆଜିକାଲି ସମସ୍ତେ ପସନ୍ଦ କରନ୍ତି। ଏହାକୁ ସଫା କରିବା ସହଜ ହୁଏ। ତେବେ ଏହି ନନ୍‌ଷ୍ଟିକ୍‌ କୁକ୍‌ଓ୍ୱେର୍‌ ଅଧକ ଗରମ ସଂସ୍ପର୍ଷରେ ଆସିଲେ ଏଥିରୁ କ୍ଷତିକାରକ ରାସାୟନିକ ପଦାର୍ଥ ବାହାରିଥାଏ । ତେଣୁ ଏହି ନନ୍‌ଷ୍ଟିକ୍‌ର ବିକଳ୍ପ ଭାବରେ ସେରାମିକ୍ କିମ୍ବା କାଷ୍ଟ-ଆଇରନ୍ କୁକୱେର୍ ବାଛିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

    ପ୍ଲାଷ୍ଟିକ୍‌ କଣ୍ଟେନର୍‌: ଖାଦ୍ୟ ଷ୍ଟୋରେଜ ପାଇଁ ପ୍ରାୟ ପ୍ରତି ଘରେ ପ୍ଲାଷ୍ଟିକ୍‌ କଣ୍ଟେନର୍‌ ବ୍ୟବହାର ହୁଏ। ଏହା ବେଶ୍‌ ଉପଯୋଗୀ ହେବା ସହ ଶସ୍ତା ମଧ୍ୟ। ତେବେ ଏଥିରେ ବିସଫେନୋଲ ଏ କିମ୍ବା ବିପିଏ ଏବଂ ଫଥାଲେଟ୍ସ ସହିତ ଲୋଡ୍ ହୋଇଥାଏ – ଉଭୟ କର୍କିନୋଜେନସ୍ କାରକ ସହ ଜଣାଶୁଣା। ତେଣୁ, ଏହି ପ୍ଲାଷ୍ଟିକ୍‌ କଣ୍ଟେନର ବଦଳରେ ଗ୍ଲାସ୍ କିମ୍ବା ଷ୍ଟେନଲେସ୍-ଷ୍ଟିଲ୍ ପାତ୍ର ବ୍ୟବହାର କରନ୍ତୁ।

    ଘରୋଇ କ୍ଲିନଜର: ବଜାରରେ ଅନେକ ଘରୋଇ କ୍ଲିନଜର ତଥା ସଫେଇ ଦ୍ରବ୍ୟ ଉପଲବ୍ଧ। ଏଥିରେ ଅନେକ ରାସାୟନିକ ପଦାର୍ଥ ମିଶିଥାଏ। ଆମୋନିୟା, ଇଥିଲିନ୍ ଗ୍ଲାଇକଲ୍ ମୋନୋବୁଟିଲ୍ ଆସେଟେଟ୍, ସୋଡିୟମ୍ ହାଇପୋକ୍ଲୋରାଇଟ୍ କିମ୍ବା ଟ୍ରାଇସୋଡିୟମ୍ ଫସଫେଟ୍ ଥାଏ, ଯାହା ଆପଣଙ୍କ ତ୍ୱଚା ଓ ଆଖି, ନାକ ଓ ଗଳାକୁ କ୍ଷତି ପହଞ୍ଚାଇପାରେ।

    ସେଣ୍ଟେଡ୍‌ କ୍ୟାଣ୍ଡେଲ: ଶାନ୍ତ ଓ ସୁଗନ୍ଧ ପରିବେଶ ପାଇଁ ଘରେ ସାଧାରଣତଃ ଲୋକେ ସେଣ୍ଟେଡ୍ କ୍ୟାଣ୍ଡେଲ ଜାଳନ୍ତି। ତେବେ ଏହି କ୍ୟାଣ୍ଡେଲ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ଏହି ସେଣ୍ଟେଡ କ୍ୟାଣ୍ଡେଲ ଜଳିବା ଦ୍ୱାରା ଏଥିରୁ କର୍କଟ ସହ ଜଡିତ ଟୋଲୁଏନ୍‌ ଓ ବେନଜେନ୍‌ ଭଳି ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ତେଣୁ ଘରେ ପ୍ରାକୃତିକ ଉପାୟରେ ତିଆରି କ୍ୟାଣ୍ଡେଲ ଜାଳିବା ଉଚିତ।

    ପିଭିସି ସାଓ୍ୱାର୍‌ କର୍‌ଟେନ୍‌: ସେହିପରି ଅଧ୍ୟୟନ ମୁତାବକ ବାଥରୁମ୍‌ରେ ବ୍ୟବହୃତ ହେଉଥିବା ପିଭିସି ସାଓ୍ୱାର୍‌ କର୍‌ଟେନ୍‌ରୁ ମଧ୍ୟ କ୍ୟାନ୍‌ସର କାରକ ଉତ୍ପନ୍ନ ହୋଇଥାଏ। ତେଣୁ ଏଥିରୁ ଦୂରେଇ ରହିବା ଉଚିତ।

    ଇଲେକ୍ଟ୍ରୋନିକ ରେଡିଏସନ୍‌: ଆମେ ଘଣେ ବ୍ୟବହୁତ କରୁଥିବା ମୋବାଇଲ ଫୋନ୍‌, ଓ୍ୱାଇ ଫାଇ, ଚାର୍ଜର ଆଦିରୁ ଇଲେକ୍ଟ୍ରୋନିକ ରେଡିଏସନ୍‌ ଉତ୍ପନ୍ନ ହୋଇଥାଏ। ଏହି ରେଡିଏସନ୍‌ର ଅଧିକ ସଂସ୍ପର୍ଷରେ ଆସିଲେ କ୍ୟାନ୍‌ସର ହେବା ସମ୍ଭାବନା ରହିଛି। ତେଣୁ ଶୋଇବା ବେଳେ ଏସୁବୁକୁ ବନ୍ଦ କରିବା ଶୋଇବ ନଚେତ ନିଜ ଠାରୁ ଏହାକୁ ଦୂରେଇ ରଖିବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ