Wednesday, March 11, 2026
32.7 C
Odisha

    ପ୍ରଭୁ ଶ୍ରୀରାମଙ୍କୁ ଆକବରଙ୍କ ସହ ତୁଳନା: ଅଡୁଆରେ ଆଇଏଏସ୍ କୋଚିଂ ସେଣ୍ଟରର ପ୍ରତିଷ୍ଠାତା ଶୁଭ୍ରା ରଞ୍ଜନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସିଭିଲ୍ ସର୍ଭିସ୍ ପରୀକ୍ଷା ଜଗତର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଶୁଭ୍ରା ରଞ୍ଜନ ଏବେ ବିବାଦରେ ଛନ୍ଦି ହୋଇପଡିଛନ୍ତି। ଶ୍ରେଣୀରେ ପିଲାମାନଙ୍କୁ ଶିକ୍ଷା ଦେଉଥିବାବେଳେ ଶୁଭ୍ରା ରଞ୍ଜନ ପ୍ରଭୁ ଶ୍ରୀରାମଙ୍କୁ ମୋଗଲ ଶାସକ ଆକବରଙ୍କ ସହ ତୁଳନା କରିଥିଲେ। ଶୁଭ୍ରା ରଞ୍ଜନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ଶୁଭ୍ରାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଶୁଭ୍ରା ରଞ୍ଜନ ମଧ୍ୟ ଏକ ମନ୍ତବ୍ୟ ଜାରି କରି ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ଶ୍ରୀରାମ ଏବଂ ଆକବରଙ୍କ ତୁଳନା ପାଇଁ ଶୁଭ୍ରା ରଞ୍ଜନ କ୍ଷମା ପ୍ରାର୍ଥନା କରିଛନ୍ତି। ଏକ୍ସ ପ୍ଲାଟଫର୍ମରେ ଟୁଇଟ୍ କରି ସେ ଲେଖିଛନ୍ତି, ମୋର ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ କରିବା ନୁହେଁ। ଯଦି ଏହା ଘଟିଛି ତେବେ ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି। ଯଦି ଆପଣ ପୁରା ଭିଡିଓ ଦେଖିବେ ତେବେ ବୁଝି ପାରିବେ ଯେ ମୁଁ ପିଲାମାନଙ୍କୁ ବୁଝାଇବାକୁ ଚାହୁଁଥିଲି ଯେ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟ ଏକ ଆଦର୍ଶ ରାଜ୍ୟ ଥିଲା। ଭାଇରାଲ ହେଉଥିବା ଭିଡିଓ ଶ୍ରେଣୀର ଏକ ଛୋଟ ଅଂଶ। ଏହି ବାର୍ତ୍ତାଳାପ ଏକ ତୁଳନାତ୍ମକ ଅଧ୍ୟୟନର ଏକ ଅଂଶ ଥିଲା। ଏହି ଭୁଲ ବୁଝାମଣା ଯୋଗୁ ମୁଁ ଦୁଃଖିତ ।

    ଶୁଭ୍ରା ରଞ୍ଜନଙ୍କ ଶ୍ରେଣୀର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଶୁଭ୍ରା କହିଛନ୍ତି ଯେ ଭଗବାନ ଶ୍ରୀରାମଙ୍କର ଅପାର ଶକ୍ତି ଅଛି କିନ୍ତୁ ସେ ରୀତିନୀତି ଏବଂ ପରମ୍ପରା ଦ୍ୱାରା ବନ୍ଧା। ଅନ୍ୟପକ୍ଷରେ, ଆକବର ନିଜର ଧର୍ମ ଆରମ୍ଭ କରି ନୈତିକତାର ଏକ ନୂତନ ସଂଜ୍ଞା ସ୍ଥିର କରିଥିଲେ। ଆମେ ଏହାକୁ ଦିନ୍-ଏ-ଇଲାହି ଭାବରେ ଜାଣୁ । ତେଣୁ ଶ୍ରୀରାମ ନୈତିକତା ଅନୁସରଣ କରୁଥିବାବେଳେ ଆକବର ନିଜ ଅନୁଯାୟୀ ନୈତିକତାର ମାନ ସ୍ଥିର କରିଛନ୍ତି। ତେଣୁ ଦୁଇଜଣଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ରାଜା ହେଉଛନ୍ତି ଆକବର । ୟୁପିଏସ୍‌ସିର ପ୍ରସିଦ୍ଧ ଶିକ୍ଷକମାନଙ୍କ ମଧ୍ୟରେ ଶୁଭ୍ରା ରଞ୍ଜନଙ୍କ ନାମ ଅନ୍ତର୍ଭୁକ୍ତ । ସେ ଶୁଭ୍ରା ରଞ୍ଜନ ଆଇଏଏସ୍ କୋଚିଂ ସେଣ୍ଟରର ପ୍ରତିଷ୍ଠାତା। ଉତ୍ତରପ୍ରଦେଶର ସୀତାପୁରରୁ ଆସିଥିବା ଶୁଭ୍ରା ରଞ୍ଜନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଟପ୍ପର ରହିଛନ୍ତି। ଅବଶ୍ୟ ସେ କେବେବି ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇନାହାନ୍ତି। କିନ୍ତୁ ଶୁଭ୍ରା ରଞ୍ଜନଙ୍କ ମାର୍ଗଦର୍ଶନରେ ଦେଶରେ ଅନେକ ଦକ୍ଷ ଅଧିକାରୀ ଅଛନ୍ତି। ୨୦୧୫ରେ, ୟୁପିଏସ୍‌ସି ଟପ୍ପର ଟିନା ଡାବିଙ୍କୁ ମଧ୍ୟ ଶୁଭ୍ରା ରଞ୍ଜନ ଶିକ୍ଷା ଦେଇଥିଲେ। ଯେତେବେଳେ କି ୨୦୨୨ ଟପ୍ପର ଇଶିତା ମଧ୍ୟ ଶୁଭ୍ରାଙ୍କ ଠାରୁ ରାଜୀତିବିଜ୍ଞାନ ଶିକ୍ଷା ଗ୍ରହଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.7 ° C
    32.7 °
    32.7 °
    22 %
    2kmh
    0 %
    Wed
    37 °
    Thu
    37 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ