Sunday, October 4, 2026
28.6 C
Odisha

    ବିଧାନସଭାରେ ଶୋକପ୍ରସ୍ତାବ ଆଗତ, ସମର୍ଥନ ଜଣାଇଲେ ବିରୋଧୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଶୋକପ୍ରସ୍ତାବ ଆଗତ ହୋଇଛି। ଦିବଙ୍ଗତ ନେତା ତଥା ପୂର୍ବତନ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ହେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଶୋକପ୍ରସ୍ତାବ ଆଗତ କରିବା ପରେ ବିରୋଧୀ ଦଳ ଏହାକୁ ସମର୍ଥନ କରିଛନ୍ତି । ଗୃହରେ ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ଉପ-ବାଚସ୍ପତି ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକ, ପୂୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଡମ୍ବରୁଧର ଉଲ୍ଲାକା, କମଳା ଦାସ, ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ, ଆଦିତ୍ୟ ମାଢୀ, ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ କମଳା ପୂଜାରୀ ଏବଂ ଓଡ଼ିଶା ପୁଲିସର ପୂର୍ବତନ କନେଷ୍ଟବଳ ସ୍ୱର୍ଗତଃ ହିମାଂଶୁ ଶେଖର ରଥଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ହୋଇଥିଲା । ଶୋକପ୍ରସ୍ତାବକୁ ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ