Tuesday, October 22, 2024
29.1 C
Odisha

    ପ୍ରଖ୍ୟାତ ନିର୍ଦ୍ଦେଶକ, ଲେଖକ ଓ ଅଭିନେତା ଡ.ସଚ୍ଚି ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୧୮/୦୪: ପ୍ରଖ୍ୟାତ ନିର୍ଦ୍ଦେଶକ, ଲେଖକ ଓ ଅଭିନେତା ଡ.ସଚ୍ଚି ଦାସଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ସଚ୍ଚି ଦାସ ଓଡ଼ିଆ କଳାଜଗତ ତଥା ଯାତ୍ରାଜଗତ ପାଇଁ ମାଇଲଖୁଂଟ ଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଥିଲେ । ସ୍ୱର୍ଗତଃ ଦାସଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଯାତ୍ରା ନାଟକ “ଶାଗୁଣା ବସିଛି ଡେଣା ମେଲାଇ” ଏବେ ବି ଲୋକଙ୍କ ହୃଦୟରେ ସ୍ଥାନ ପାଇଛି । ସ୍ୱର୍ଗତଃ ଦାସ ଯାଜପୁର ଜିଲ୍ଲା ବରୀ ଅଂଚଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବିୟୋଗ ରାଜ୍ୟ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ସାମଲ ଏବଂ ଶ୍ରୀ ମିଶ୍ର କହିଛନ୍ତି ।
    ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଦାସଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ରାଜ୍ୟ ବିଜେପି ତରଫରୁ ଶ୍ରୀ ସାମଲ ଓ ଶ୍ରୀ ମିଶ୍ର ସମବେଦନା ଜ୍ଞାପନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ