Thursday, October 15, 2026
26.4 C
Odisha

    ସର୍ବଦଳୀୟ ବୈଠକରେ କଂଗ୍ରେସ ଅନୁପସ୍ଥିତ, ତାରା ବାହିନୀପତି ଦେଲେ ସଫେଇ…

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ଏବଂ ଶାସକ ଦଳର ମନ୍ତ୍ରୀବୃନ୍ଦ ଉପସ୍ଥିତ ଥିଲେ । କିନ୍ତୁ ବୈଠକରେ ଜଣେ ମଧ୍ୟ କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା । ତେବେ ସୋମବାର ଆରମ୍ଭ ହେବାକୁ ଥିବା ଅଧିବେଶନରେ କିପରି ଶୃଙ୍ଖଳାର ସହ ଗୃହକାର୍ଯ୍ୟ ପରିଚାଳିତ ହେବ ନେଇ ମୁଖ୍ୟତଃ ବୈଠକରେ ଆଲୋଚନା ହୋଇଥିଲା ।

    ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି, କଂଗ୍ରେସ ଓ ସିପିଏମ ବୈଠକରେ ଅନୁପସ୍ଥିତ ଥିଲେ। ପିସିସି ସଭାପତିଙ୍କ ସହ କଥା ହୋଇଥିଲି। ସିପିଏମ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ମଧ୍ୟ ଫୋନରେ କଥା ହୋଇଥିଲି। ତେବେ ଉଭୟ ଦଳର ପ୍ରତିନିଧି ବୈଠକକୁ ଆସିପାରି ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

    ‌ବୈଠକରେ କଂଗ୍ରେସ ଅନୁପସ୍ଥିତ ରହିବା ନେଇ ତାରା ପ୍ରସାଦ ବାହିନୀପତି ସଫେଇ ଦେଇଛନ୍ତି। ସେ କହିଛନ୍ତି। ଏଭଳି କେବେ ଘଟି ନ ଥିଲା। ବୈଠକରେ ଯୋଗ ନ ଦେବା ଦୁର୍ଭାଗ୍ୟଜନକ। କଂଗ୍ରେସ ନେତା ଚୟନ କରି ନ ଥିବାରୁ ଏପରି ଘଟିଥିବା ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    86 %
    1.3kmh
    75 %
    Thu
    24 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ