Saturday, October 3, 2026
23.6 C
Odisha

    ‘୨୦୨୯ ରେ କଂଗ୍ରେସ ଏକମାତ୍ର ଦଳ ଭାବେ ଉଭା ହେବ: ଜୟଦେବ ଜେନା

    ଆଗକୁ ପଢନ୍ତୁ

    କଂଗ୍ରେସରେ ନାହିଁ କନ୍ଦଳ, ସବୁକିଛି ଠିକଠାକ ଚାଲିଛି । ପୂର୍ବତନ ପିସିସି ସଭାପତି ତଥା ଦଳର ଅନ୍ୟତମ ବରିଷ୍ଠ ନେତା ଜୟଦେବ ଜେନା ଏହା କହିଛନ୍ତି । ନିକଟରେ ଦଳର ବରିଷ୍ଠ ନେତା ତାରା ବାହିନୀପତି ଓ ପଞ୍ଚାନନ କାନୁନଗୋ ଅସନ୍ତୋଷ ଝାଡିଥିଲେ । ଏହାପରେ ଜୟଦେବ ଜେନା ଏପରି ବୟାନ ଦେଇଛନ୍ତି।ଷ୍ଟିୟରିଂ କମିଟି ନେତୃତ୍ୱ ନେବା ପରେ ଚଳଚଞ୍ଚଳ ରହିଛି କଂଗ୍ରେସ ଭବନ। ନେତାମାନେ ଦଳର ରଣନୀତି ପ୍ରସ୍ତୁତ କରୁଛନ୍ତି। କିଏ ନୂଆ ମୁଖିଆ ହେବେ ତାହା ଉପରେ ପରବର୍ତ୍ତୀ ଅବସ୍ଥାରେ ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ। ଏବେ ଷ୍ଟିୟରିଂ କମିଟି ବହୁତ ଆଗରେ ଅଛି ଓ ଠିକ ଭାବରେ ଷ୍ଟିୟରିଂ ଧରି ଦଳକୁ ଆଗକୁ ନେବ। ୨୦୨୯ ରେ କଂଗ୍ରେସ ଏକମାତ୍ର ଦଳ ଭାବେ ଉଭା ହେବ। ଦୁଇଜଣ ପ୍ରଭାରୀ ଓ ୧୨ ଜଣ ସଦସ୍ୟ ଅଛୁ ମିଳିତ ଭାବରେ କାର୍ୟ୍ୟ କରୁଛନ୍ତି। ଯେତେଦିନ ପର୍ୟ୍ୟନ୍ତ ମୁଖିଆ ନିଯୁକ୍ତ ହୋଇ ନାହାନ୍ତି ସେତେଦିନ ପର୍ୟ୍ୟନ୍ତ ଜୋରସୋରରେ କାମ ଚାଲିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ