Sunday, March 22, 2026
21.2 C
Odisha

    ପୋଲାଭରମ ପ୍ରକଳ୍ପ ବିବାଦ: ମୋଟୁ ଅଂଚଳ ଗସ୍ତ କଲେ କଂଗ୍ରେସ୍‌ର ଟିମ୍‌

    ଆଗକୁ ପଢନ୍ତୁ

    ମାଲକାନଗିରି: ବାଦବିବାଦ ଭିତରେ ଛନ୍ଦି ହୋଇ ରହିଥିବା ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ ହୋଇ ରହିଛି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି ପ୍ରଥମରୁ ହିଁ ସ୍ବରତ୍ତୋଳନ କରିଆସୁଥିବା ବେଳେ ଏବେ କଂଗ୍ରେସ ଏହି ଆନ୍ଦୋଳନରେ ସାମିଲ ହୋଇଛି। ଆଜି କଂଗ୍ରେସର ବିଧାୟକ ଦଳର ନେତା ପଟାଙ୍ଗି ବିଧାୟକ ରାମ କାଡାମଙ୍କ ନେତୃତ୍ବରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାୟଗଡ଼ା ବିଧାୟକ ଆପାଲାସ୍ବାମୀ କାଡ୍ରାକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକକା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାନ୍ତା, ପୂର୍ବତନ ବିଧାୟକ ଭୁଜବଳ ମାଝି ପ୍ରମୁଖ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ସୀମାନ୍ତ ମୋଟୁ ଠାରେ ଏକତ୍ରିତ ହୋଇଥିଲେ। ସେଠାରେ ମୋଟୁ ତହସିଲ ଅଧିନରେ କେତେ ଗ୍ରାମ ଏହି ପ୍ରକଳ୍ପ ଯୋଗୁଁ ପାଣିରେ ବୁଡିବ ତାହା ପଚାରି ବୁଝିଥିଲେ। ଏଥିସହ କେତେ ଜଂଗଲ ଜମି, ଚାଷ ଜମି ନଷ୍ଟ ହେବ ତାହା ମଧ୍ୟ ପଚାରି ବୁଝିଥିଲେ।
    ପରେ ଏହି ଟିମ ବିନାୟକପୁର ଏବଂ ଆଲମା ଭଳି ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ମୋଟୁ ତହସିଲ ସଂପୂର୍ଣ୍ଣ ପାଣିରେ ମିଶିବାକୁ ଯାଉଥିବା ବେଳେ କେତେ ଜମି ନଷ୍ଟ ହେବ ତାହାର ଆଜି ପର୍ଯ୍ୟନ୍ତ ଆକଳନ କରାଯାଇପାରିଲା ନାହିଁ। ଏକର ପିଛା ୩୦ ଲକ୍ଷ ଟଂକା କଂଗ୍ରେସ ଦାବି କରିଥିଲା। ଆଉ ବିସ୍ଥାପିତ ଲୋକଙ୍କୁ ତୁରନ୍ତ ଥଇଥାନା କରିବାରୁ ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲା। ପୋଲାଭରମ ପ୍ରକଳ୍ପର ଉଚ୍ଚତା କମାଇବା ପାଇଁ ମଧ୍ୟ ଏହି କଂଗ୍ରେସ ଟିମ ଜୋର ଦେଇ ଦାବି କରିଛି। ମାଲକାନଗିରି ଜିଲ୍ଲାର କେତେ ଗାଁ ଏଥିରେ ପ୍ରଭାବିତ ହେବେ ସନେଇ ଏକ ରିପୋର୍ଟ କଂଗ୍ରେସ ପ୍ରସ୍ତୁତ କରିବ ବୋଲି କୁହାଯାଇଛି।

    ତେବେ ପୋଲାଭରମକୁ ନେଇ ଲୋକସଭା ଓ ବିଧାନସଭାରେ ସାଂସଦ ଓ ବିଧାୟକମାନେ ଗର୍ଜିବେ ବୋଲି ଧମକ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସର ବିଧାୟକ ଓ ସାଂସଦ ବର୍ଷିଥିଲେ। ଜାଣିଶୁଣି ଏହି ପ୍ରକଳ୍ପକୁ ଟଂକା ଅଜାଡ଼ି ଦେବା ସହ ଏହା ଉଚ୍ଚତା ବଢାଇ ଓଡିଶାକୁ ଧ୍ବଂସ ପଥରେ ନେବାକୁ ପ୍ରୟାସ କରାଯାଉଛି। କଂଗ୍ରେସ କେବେ କରିବାକୁ ଦେବ ନାହିଁ। ତୁରନ୍ତ ବିସ୍ଥାପିତ ହେଉଥିବା ଲୋକଙ୍କୁ ଥଇଥାନର ବ୍ୟବସ୍ଥା କରିବା ସହ ଚାଷ ଜମିର କ୍ଷୟକ୍ଷତି ମଧ୍ୟ ତୁରନ୍ତ ପୂରଣ କରିବାକୁ ଦାବି ହୋଇଥିଲା। ଆଜିର ଏହି ଟିମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ମାଲା ମାଢି, ଇର୍ମା ପଡିଆମି, ପର୍ଶୁରାମ ଭକ୍ତ, ଲିପିକା ମାଝି, ଅନାମ ଦିଆନ, ସଂରାଜ ଗୌଡ, ଦିଲିପ ପ୍ରଧାନ, ଇସାକ ଖୋସଲା, ଅର୍ଜୁନ ପଡ଼ିଆମି ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ