Saturday, July 27, 2024
24.8 C
Odisha

    ପେଟିଏମ ପରେ ଭାରତପେ କମ୍ପାନୀ ଉପରେ ବଢିଲା ସରକାରଙ୍କ ସନ୍ଦେହ । ସରକାର ପଠାଇଲେ ନୋଟିସ, ଜାଣନ୍ତୁ କାରଣ

    ଆଗକୁ ପଢନ୍ତୁ

    ଭାରତ ସରକାରଙ୍କ କର୍ପୋରେଟ ଆଫାୟର୍ସ ମନ୍ତ୍ରଣାଳୟ ଫିନଟେକ୍ କମ୍ପାନୀ ଭାରତ ପେ କୁ ନୋଟିସ ଜାରି କରିଛି । ଏହି ନୋଟିସ କମ୍ପାନୀ ନିୟମ ଧାରା ୨୦୬ କ୍ରମରେ ଜାରି କରାଯାଇଛି । ଏଥିରେ କମ୍ପାନୀର ସଂସ୍ଥାପକ ଥିବା ଅଶନୀର ଗ୍ରୋଭରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ମଗାଯାଇଛି ।ଗଣମାଧ୍ୟମ ରିପୋର୍ଟ ମୁତାବକ କର୍ପୋରେଟ ମନ୍ତ୍ରଣାଳୟ କମ୍ପାନୀର ତାହା ଉପରେ ସୂଚନା ଜାଣିବାକୁ ଚାହିଁଛି , ଯାହା କି କମ୍ପାନୀ ତରଫରୁ ଅଶନୀର ଗ୍ରୋଭରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅପରାଧୀକ ମାମଲା କୋର୍ଟରେ ଜମା କରାଯାଇଛି । ଏହି ଫିନଟେକ କମ୍ପାନୀ ୨୦୨୨ ମସିହାରେ ବିବାଦକୁ ଆସିଥିଲା । କମ୍ପାନୀର ସଂସ୍ଥାପକ ଅଶନୀର ଗ୍ରୋଭର କୋଟାକ ଗ୍ରୁପର କର୍ମଚାରୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବାହାର କରିବା ସହ ଧମକ ଦେଇଥିଲେ । ବାସ୍ତବରେ କୋଟାକ ଗ୍ରୁପ କର୍ମଚାରୀ ନାଇକା କମ୍ପାନୀର ଆଇପିଓ ସମୟରେ ଆବଣ୍ଟନ ସୁରକ୍ଷିତ କରିପାରି ନଥିଲେ । ଏହି ବିବାଦ ପରେ ଅଶ୍ନୀର ଗ୍ରୋଭର ଭାରତପେର ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । ଏବଂ କମ୍ପାନୀ ଏହାର ଆର୍ଥିକ ଆକାଉଣ୍ଟର ଅଡିଟ୍ କରିବାକୁ ନିଷ୍ପତ୍ତି ନେଇଥିଲା ।ଅଡିଟ୍ ପରେ ଭାରତପେ ତରଫରୁ ଅଶ୍ନିର ଗ୍ରୋଭର, ତାଙ୍କ ପତ୍ନୀ ଓ ତାଙ୍କ ଭାଇଙ୍କ ଉପରେ ଆର୍ଥର୍ ହେରଫେର ମାମଲା ରୁଜୁ କରିଥିଲା । କମ୍ପାନୀ ଦାବି କରିଥିଲା କି, ଅଶ୍ନିର ଗ୍ରୋଭର ଓ ତାଙ୍କ ପତ୍ନୀଙ୍କ କାରଣରୁ କମ୍ପାନୀର ୮୮.୬୭ କୋଟି ଟଙ୍କା କ୍ଷତି ସହିଛି । ହେଲେ କମ୍ପାନୀର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଶ୍ନିର ଗ୍ରୋଭର । ସେପଟେ ଭାରତପେ ତରଫରୁ ଅଭିଯୋଗ ରହିଛି କି, ଭାରତପେ ଟେକ୍ନୋଲୋଜୀରେ ଅଶ୍ନୀର ଗ୍ରୋଭରଙ୍କର କୌଣସି ଯୋଗଦାନ ନାହିଁ ।

    କେବଳ ଭାରତପେ ନୁହେଁ ବରଂ ଫିନଟେକ କମ୍ପାନୀ ପେଟିଏମ ବି ଏବେ ସରକାରଙ୍କ ସନ୍ଦେହଘେରରେ ରହିଛି । ରିଜର୍ଭ ବ୍ୟାଙ୍କ ତରଫରୁ କେୱାଇସିରେ ଗଡବଡ କରାଯାଇଥିବା ଅଭିଯୋଗରେ ପେଟିଏମର ବ୍ୟାଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ଫେବୃଆରୀ ୨୯ ତାରିଖ ପରେ ପେଟିଏମ ସହିତ ଜଡିତ କୌଣସି କାରବାର ହୋଇପାରିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ