Saturday, December 7, 2024
26 C
Odisha

    ମୋଦୀଙ୍କ ଓଡ଼ିଶା ଗସ୍ତ: ଭୁବନେଶ୍ବରର କେଉଁ ରାସ୍ତାରେ ରହିବ କଟକଣା ଜାଣନ୍ତୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାତି ପାହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ସଂସ୍ଥା (ଏନ୍‌ଏସ୍‌ଜି) ଅଜିତ ଡୋଭାଲଙ୍କ ସମେତ ରାଜ୍ୟକୁ ବହୁ ଭିଭିଆଇପିଙ୍କ ଗସ୍ତକୁ ନଜରରେ ରଖି ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।

    ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ କାଲିଠାରୁ ଆରମ୍ଭ ହେବ। ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଡିଜି ଓ ଆଇଜି ସମ୍ମିଳନୀ ପାଇଁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ବିଶେଷକରି ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା। ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍‌ଜି ଛକ, ରାଜଭବନ ଛକ ମନା। ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ମନା କରାଯାଇଛି।

    ପୁଲିସ କମିସନର ସୁରେଶ ‌ଦେବ ‌ଦତ୍ତ ସିଂହ କହିଛନ୍ତି, ୨୦୨୪ ନଭେମ୍ବର ୨୯ ତାରିଖ ଠାରୁ ଡିସେମ୍ବର ୧ ତାରିଖ ଯାଏଁ ଭୁବନେଶ୍ବରରେ ଅଖିଳ ଭାରତୀୟ ପୁଲିସ ମହାନିର୍ଦ୍ଦେଶକ ଓ ପୁଲିସ ମହାନିରୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭିଆଇପି/ଭିଭିଆଇପିମାନଙ୍କ ସୁରକ୍ଷା ଓ ନିରାପତ୍ତା ଏବଂ ଜନସାଧାରଣଙ୍କ ସୁଗମନାଗମନ ଓ ପାର୍କିଂ ନିମନ୍ତେ ନିମ୍ନଲିଖିତ ରାସ୍ତାଗୁଡ଼ିକରେ କଟକଣା ଲାଗୁ କରାଯାଇଛି। ଶ୍ରୀ ଦତ୍ତ କହିଛନ୍ତି ଯେ, ଉପରୋକ୍ତ ଦିନ ଓ ସମୟରେ କୌଣସି ଯାନବାହନ ଏହି ରାସ୍ତାରେ ଯାତାୟତ କରିପାରିବେ ନାହିଁ କିମ୍ବା କୌଣସି ଗଳି ରାସ୍ତାରୁ ସେହି ରାସ୍ତାକୁ ଆସିପାରିବେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26 ° C
    26 °
    26 °
    58 %
    1.1kmh
    73 %
    Sat
    23 °
    Sun
    26 °
    Mon
    26 °
    Tue
    27 °
    Wed
    26 °

    ସମ୍ବନ୍ଧିତ