Sunday, October 4, 2026
28.6 C
Odisha

    ବିଘ୍ନନାଶକଙ୍କ ଆଗମନକୁ ଅପେକ୍ଷା, ମୂର୍ତ୍ତି କାରିଗରଙ୍କ ହାତକୁ ଜମାରୁ ଫୁରସତ ନାହିଁ

    ଆଗକୁ ପଢନ୍ତୁ

    ଜଳେଶ୍ୱର: ପାଖେଇ ଆସିଲାଣି ପାର୍ବଣ ୠତୁ,ଆଉ ମାତ୍ର ଦିନ କେଇଟା ପରେ ଅଗ୍ରପୂଜ୍ୟ ଗଣେଷଙ୍କ ପୂଜା । ବିଘ୍ନନାଶକଙ୍କ ଆଗମନ ଅପେକ୍ଷାରେ ଭକ୍ତ, ତେଣୁ ସବୁଠି ଚାଲିଛି ବିଘ୍ନନାଶକଙ୍କ ମୂର୍ତ୍ତି ଗଢା । ମୂର୍ତ୍ତି କାରିଗରଙ୍କ ହାତକୁ ଜମାରୁ ଫୁରସତ ନାହିଁ । ସବୁଠି ଚାଲିଛି ବିଘ୍ନନାଶକଙ୍କ ମୂର୍ତ୍ତି ଗଢା । କିଏ ମାଟି ଚକଟି ଛଣ ବାନ୍ଧୁଛି ତ କିଏ ତୁଳୀରେ ରଙ୍ଗ କରିବାରେ ବ୍ୟସ୍ତ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଣିତାପାଳ ଗ୍ରାମର ଦୁଇ ଭାଇ ଭାନୁ ଚରଣ ପାଳ ଏବଂ ସୁକୁମାର ପାଳ । ଦିନରାତି ଏକ କରି ଲାଗି ପଡିଛନ୍ତି ମୂର୍ତ୍ତି ଗଢିବାରେ ।

    ବାପାଙ୍କ ଦେହାନ୍ତ ପରେ ଦୁଇ ଭାଇ ନିଜ ପରିବାର ର କୌଳିକ ବୃର୍ତ୍ତିକୁ ବଞ୍ଚାଇ ରଖିବା ପାଇଁ ଦୀର୍ଘ ୩୫ବର୍ଷ ଧରି ବିଭିନ୍ନ ମୂର୍ତ୍ତି ଗଢୁଥିବା ନେଇ କହିଛନ୍ତି । ନିଜେ ଦି ପଇସା ରୋଜଗାର କରିବା ସହ ୧୫ ଜଣ କାରିଗରଙ୍କୁ ବି ନିଯୁକ୍ତି ଦେଇଛନ୍ତି । କାରିଗରଙ୍କ ତୁଳୀର ସ୍ପର୍ଶରେ ଜୀବନ୍ତ ଲାଗୁଛି ପ୍ରଭୁ ଗଣେଷଙ୍କ ମୂର୍ତ୍ତି ।

    ନିଖୁଣ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଛୋଟରୁ ବଡ ସଜେଇ ହୋଇଛି ଭଳି କିଭଳି ଆକର୍ଷଣୀୟ ଗଣେଷ ମୂର୍ତ୍ତି । ଦିନରାତି ଏକ କରି ମୂର୍ତ୍ତି ତିଆରିରେ ଲାଗି ପଡିଛନ୍ତି କାରିଗର । ଏଠାକାର ମୂର୍ତ୍ତିର ଚାହିଦା ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ରହିଛି । ଏମାନଙ୍କ ହାତ ତିଆରି ସୁନ୍ଦର କଳାକୃତ୍ତିର ଗଣେଷ ମୂର୍ତ୍ତି ନେବା ପାଇଁ ଗ୍ରାହକଙ୍କ ଭିଡ ଜମିଥାଏ । ମାତ୍ର ପରିଶ୍ରମ ମୁତାବକ ପାଉଣା ମିଳୁ ନଥିବା କହିଛନ୍ତି କାରିଗର

    ଦୁଇ ମାସ ପୂର୍ବରୁ ମୂର୍ତ୍ତି ତିଆରି ଆରମ୍ଭ ହେଉଥିବା ବେଳେ ଗୋଟିଏ ମୂର୍ତ୍ତି ତିଆରି ପାଇଁ ହେଉଥିବା ପରିଶ୍ରମ ଏବଂ ଖର୍ଚ୍ଚକୁ ହିସାବ କଲେ ମୂର୍ତ୍ତିର ଉଚିତ୍ ଦର ମିଳେନି ବୋଲି କହିଛନ୍ତି କାରିଗର । ପୂର୍ବ ଅପେକ୍ଷା ମୂର୍ତ୍ତି ତିଆରି ବ୍ୟୟବହୂଳ ହୋଇଥିବା ବେଳେ ମୂର୍ତ୍ତି ତିଆରି ପାଇଁ ଆବଶ୍ୟକ ଚିକିଟା ମାଟି, ଗାଡି ଭଡା କରି ବାହାରୁ ଆଣିବାକୁ ପଡେ । ଏହାସହ କୋଲକତା ଏବଂ କଟକ ରୁ ମହଙ୍ଗା ଦରରେ ରଙ୍ଗ କିଣିବାକୁ ପଡିଥାଏ , କିନ୍ତୁ ପିଢୀ ପରେ ପିଢୀ କୂଳ ବେଉସା କୁ ବଞ୍ଚାଇ ରଖିବା ପାଂଇ କାରିଗର ମାନେ ମୂର୍ତ୍ତି ଗଢୁଥିବା କହିଛନ୍ତି

    ଅଭାବ ଅନଟନ ଭିତରେ ରହିଥିଲେ ବି ମୂର୍ତ୍ତି କାରିଗର ମାନେ ନିଜ କୌଳିକ ବୃତ୍ତିକୁ ଛାଡି ନାହାନ୍ତି । ଯଦି ସରକାରୀ ସ୍ତରରେ ଏମାନଙ୍କୁ କିଛି ଆର୍ଥିକ ପ୍ରୋତ୍ସାହନ ମିଳି ପାରନ୍ତା ତାହାଲେ ଦୁର୍ଦ୍ଦିନରେ ଗତି କରୁଥିବା କାରିଗରମାନେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ଭଲ ଦିପଇସା ଆୟ କରିପାରନ୍ତେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ