Wednesday, December 25, 2024
20.6 C
Odisha

    ବାରବାଟୀରେ କ୍ରିକେଟ ଦେଖିବା ହେବ ମହଙ୍ଗା, ସର୍ବନିମ୍ନ ଟିକେଟ ମୂଲ୍ୟ ୮୦୦ ଓ ସର୍ବାଧିକ ୨୦ ହଜାର ଟଙ୍କା

    ଆଗକୁ ପଢନ୍ତୁ

    କଟକ : ବାରବାଟୀରେ କ୍ରିକେଟ ଦେଖିବା ହେବ ମହଙ୍ଗା । ୨୦୨୫ ଫେବ୍ରୁୟାରୀ ୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ । ଏଥିପାଇଁ ବଡ଼ ପ୍ରସ୍ତୁତ କରିଛି ଓସିଏ । ପୂର୍ବାପେକ୍ଷା ଟିକେଟର ମୂଲ୍ୟ ଦେଢ଼ଗୁଣା ବଢିଛି । ସର୍ବନିମ୍ନ ଟିକେଟ ମୂଲ୍ୟ ୮୦୦ ଟଙ୍କା ଥିବା ବେଳେ ସର୍ବାଧିକ ୨୦ ହଜାର ଟଙ୍କା ରହିଛି ।

    ଗ୍ୟାଲେରୀ ୧ର ଟିକେଟ ମୂଲ୍ୟ ୧୨୦୦ ଟଙ୍କା ରହିଛି । ଗ୍ୟାଲେରୀ ୩ର ୧୨୦୦ , ଗ୍ୟାଲେରୀ ୫ର ୧୫୦୦, ଗ୍ୟାଲେରୀ -୧ ଓ ୪ର ହଜାରେ ଟଙ୍କା, ଗ୍ୟାଲେରୀ-୬ର ୧୨୦୦ ଓ ଗ୍ୟାଲେରୀ-୭ର ୮୦୦ ଟଙ୍କା ଟିକେଟ ମୂଲ୍ୟ ରହିଛି । ସ୍ପେଶାଲ ଏନକ୍ଲୋଜର ୭ ହଜାର, ଏସି ଗ୍ୟାଲେରୀ ବକ୍ସ ୯ ହଜାର, କର୍ପୋରେଟ ବକ୍ସର ମୂଲ୍ୟ ସର୍ବାଧିକ ୨୦ ହଜାର ଟଙ୍କା ଥିବା ବେଳେ ନ୍ୟୁ ପାଭିଲିୟନ ପାଇଁ ୧୦ ହଜାର ଟଙ୍କା ରଖାଯାଇଛି ।

    ସେପଟେ ଟିକେଟ ଦାମ ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସେ କହିଛନ୍ତି, ପ୍ରତିକୂଳ ପରିସ୍ଥିତି, ମ୍ୟାଚ ଆୟୋଜନ ଖର୍ଚ୍ଚକୁ ଦୃଷ୍ଟିରେ ରଖି କିଛି ମାତ୍ରାରେ ଟିକେଟ ଦର ବଢ଼ିଛି । ତେବେ ଅନ୍ୟ ରାଜ୍ୟ ଅପେକ୍ଷା ଟିକେଟ ଦର ବହୁତ୍ କମ୍ ରହିଛି । ଛତିଶଗଡ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ଠାରୁ ଓଡ଼ିଶାରେ ଟିକେଟ ଦର କମ । ଛତିଶଗଡ଼, ପଶ୍ଚିମବଙ୍ଗରେ ଗ୍ୟାଲେରୀ ଟିକେଟ ସର୍ବାଧିକ ୩ ହଜାର ୫୦୦ ଟଙ୍କାରୁ ୫ ହଜାର ଟଙ୍କା ଥିବାବେଳେ ଓଡ଼ିଶାରେ ତାହା ମାତ୍ର ୧୫୦୦ ଟଙ୍କା ଓ ସର୍ବନିମ୍ନ ୮୦୦ ଟଙ୍କା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20.6 ° C
    20.6 °
    20.6 °
    85 %
    2.1kmh
    80 %
    Wed
    20 °
    Thu
    28 °
    Fri
    29 °
    Sat
    30 °
    Sun
    29 °

    ସମ୍ବନ୍ଧିତ