Friday, January 30, 2026
17.9 C
Odisha

    ଶାବଳରେ ପିଟିପଟି ମହିଳାଙ୍କୁ ମାରିଦେଲେ ପଡୋଶୀ

    ଆଗକୁ ପଢନ୍ତୁ

    ଶାବଳରେ ପିଟିପଟି ମହିଳାଙ୍କୁ ମାରିଦେଲେ ପଡୋଶୀ । କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗାଁରେ ଜମିବାଡି ବିବାଦରୁ ଘଟିଛି ଏହି ଅଘଟଣ । ମୃତ ମହିଳା ହେଉଛନ୍ତି ୫୨ ବର୍ଷିୟା ସୁଶୀଳା ନାୟକ । ସଂଗ୍ରାମପୁର ଗାଁର ସୁଶୀଳା ନାୟକଙ୍କ ଜମିରେ ତାଙ୍କ ପଡୋଶୀ ଏକ ପାଇଖାନା ନିର୍ମାଣ କରିଥିଲେ। ଏହାକୁ ନେଇ ଗତ ଦୁଇବର୍ଷ ଧରି ଉଭୟ ପରିବାର ଭିତରେ ବିବାଦ ଲାଗି ରହିଥିଲା । ଆଜି ଉଭୟ ପକ୍ଷ ରାଜକନିକା ଥାନାରେ ବିବାଦର ସମାଧାନ କରିବା ପାଇଁ ପହଞ୍ଚିଥିଲେ। କିନ୍ତୁ ଏହିଘଟଣାର ସମାଧାନ ପାଇଁ ପୋଲିସ କିଛି ଅଧିକ ସାକ୍ଷୀ ଆଣିବା ପାଇଁ କହି ଉଭୟ ପକ୍ଷ ଙ୍କୁ ଘରକୁ ପଠାଇ ଦେଲା । ସୁଶୀଳା ଏବଂ ତାଙ୍କ ପରିବାର ଲୋକେ ଘରେ ପହଞ୍ଚିବା ପରେ ତାଙ୍କ ପଡୋଶୀ ରକ୍ତମୁଖା ହୋଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପଡ଼ୋଶୀ ସୁନାକର ନାୟକ, ମହେଶ୍ଵର ନାୟକ, ଅନୁସୂୟା ନାୟକଙ୍କ ଆକ୍ରମଣରେ ସୁଶୀଳା ଗୁରୁତର ଆହତ ହୋଇଥିଲାବେଳେ ତାଙ୍କ ପୁତୁରା ମନୋରଞ୍ଜନ ନାୟକ ଓ ପବିତ୍ର ନାୟକ ମଧ୍ୟ ଆହତ ହୋଇଥିଲେ। ଏମିତିକି ଆହତମାନଙ୍କୁ ନେଇ ହସ୍ପିଟାଲ ଆସୁଥିବା ଆମ୍ବୁଲାନ୍ସ କୁ ଆକ୍ରମଣକାରୀ କିଛି ସମୟ ଅଟକାଇ ଦେଇଥିଲେ। ଆହତ ମାନେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପେର ଡାକ୍ତର ସୁଶୀଳାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଆହତ ମନୋରଞ୍ଜନ ଓ ପବିତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    17.9 ° C
    17.9 °
    17.9 °
    65 %
    2.1kmh
    45 %
    Thu
    17 °
    Fri
    31 °
    Sat
    32 °
    Sun
    32 °
    Mon
    33 °

    ସମ୍ବନ୍ଧିତ