Monday, March 23, 2026
29.4 C
Odisha

    ଚନ୍ଦ୍ରପୁରରେ ଯୁବତୀଙ୍କ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ଓ ସାଇନଟିଫିକ ଟିମ୍‌ର ତନାଘନା ଜାରି

    ଆଗକୁ ପଢନ୍ତୁ

    ରାୟଗଡା: ଚନ୍ଦ୍ରପୁର ମେଡିକାଲର ମା‘ଗୃହରେ କାର୍ଯ୍ୟରତ ଯୁବତୀ ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ ହୋଇଛି। ପ୍ରଥମେ ପୁଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଚୁପ ବସି ରହିଥିଲା। ପରେ ପରିବାରର ଅଭିଯୋଗ ଏବଂ ବିଜେପିର ରାସ୍ତାରୋକ ଏହି ଘଟଣାର ମୋଡ ବଦଳାଇ ଦେଇଛି। ପୁଲିସକୁ ବାଧ୍ୟ ହୋଇ ଏହାର ତଦନ୍ତ ଆରମ୍ଭ କରିଛି।ଆଜି ଏହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚର ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ୫ ଜଣିଆ ଏକ ଟିମ କରି ଚନ୍ଦ୍ରପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ସାଇନଟିଫିକର ୫ ଜଣିଆ ଟିମ ମଧ୍ୟ ଚନ୍ଦ୍ରପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ଭ୍ରଷ୍ଟାଚାର ବିରୋଧୀ ଟିମ ମଧ୍ୟ ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ଏକ ୧୦ ଜଣିଆ ଟିମ ଚନ୍ଦ୍ରପୁରରେ ପହଞ୍ଚି ସରଜମିନ ତଦନ୍ତରେ ସ୍ବର୍ଗତ ଲକ୍ଷ୍ମୀଙ୍କର ଚାରି ଜଣ ସାଥି କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ଏଥିସହ ଲକ୍ଷ୍ମୀ କାମ କରୁଥିବା ଆଲିସା ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦେଶକ ନୃସିଂହନାଥ ମହାପାତ୍ରଙ୍କୁ ମଧ୍ୟ ଅଟକ ରଖି ପୁଲିସ ପଚରା ଉଚରା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ