Sunday, September 6, 2026
24.1 C
Odisha

    ପାତାଳୀ ନଦୀରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ୪ ଜଣଙ୍କର ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

    ଆଗକୁ ପଢନ୍ତୁ

    କୋରାପୁଟ/ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଦେଇ ପ୍ରବାହିତ ପାତାଳୀ ନଦୀରେ ଡଙ୍ଗାବୁଡ଼ି ନିଖୋଜ ଥିବା ଅନ୍ୟ ୪ ଜଣଙ୍କର ମୃତଦେହ ଆଜି ଉଦ୍ଧାର ହୋଇଛି। ପୂର୍ବରୁ ଏହି ଡଙ୍ଗା ବୁଡ଼ି ଘଟଣାରେ ଜଣେ ମହିଳାଙ୍କ ଅକାଳ ମୃତ୍ୟୁ ହୋଇଥିଲା। ଏଥି ସହିତ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ପାଡୁଆ ଥାନା ଅନ୍ତର୍ଗତ କୁଲାରସିଂ ପଞ୍ଚାୟତ ତାନସିଂ ଗାଁର କାର୍ତ୍ତିକ ଶିଶାଙ୍କ ପତ୍ନୀ ଲାଲମଣି ଶିଶା (୫୦ବର୍ଷ)ଙ୍କ ମୃତଦେହ ଗତକାଲି ଉର୍ଦ୍ଧାର ହୋଇଥିଲା। ଆଜି ଜଗନ୍ନାଥ ଅର୍ଲାବଙ୍କ ଝିଅ ଶଶିରେଖା ଆର୍ଲାବ (୩୫ବର୍ଷ), ମିଶ୍ର ଅର୍ଲାବଙ୍କ ଦୁଇ ଝିଅ ନବୀନା (୧୪ବର୍ଷ) ଏବଂ ପୁଷ୍ପାଞ୍ଜଳି (୫ବର୍ଷ), ଦେବ ଶିଶାଙ୍କ ଝିଅ ଶାନ୍ତି ଶିଶା (୮ବର୍ଷ)ଙ୍କ ମୃତଦେହ ଉଦ୍ଧାର ହୋଇଛି।

    ସୂଚନାଯୋଗ୍ୟ ଗୋଟିଏ ବିବାହ ଭୋଜିରେ ଯୋଗ ଦେବାକୁ ଉପରୋକ୍ତ ୫ଜଣ ଦେଶୀ ଡଙ୍ଗାରେ ବୁଧବାର ଦିନ ସକାଳେ ବାଡେଲ ଗାଁକୁ ଯାଇ ସଂଧ୍ୟାରେ ପୁଣି ନିଜ ଗାଁକୁ ଫେରୁଥିଲେ। କିନ୍ତୁ ରାତି ଅନ୍ଧାରରେ ଡଙ୍ଗା ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଗୁରୁବାର ସକାଳେ ଲାଲମଣିଙ୍କ ଶବ ତାନସିଂ ନଦୀଘାଟରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ତୁରନ୍ତ ପାଡୁଆ ଥାନାକୁ ଖବର ଦିଆଯିବାରୁ ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ନେଇ ପୁଲିସ ପହଞ୍ଚିଥିଲା। ସେହିପରି ଲାଲମଣିଙ୍କ ପରିବାର ସଦସ୍ୟ ବି ଘଟଣାସ୍ଥଳକୁ ଯାଇ ଶବ ଚିହ୍ନଟ କରିଥିଲେ। ଲାଲମଣିଙ୍କ ସହ ଡଙ୍ଗାରେ ଯାତ୍ରା କରୁଥିବା ଅନ୍ୟମାନଙ୍କ ପତ୍ତା ନମିଳିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୁରୁବାର ସଂଧ୍ୟା ପର୍ଯ୍ୟନ୍ତ ନିଖୋଜଙ୍କ ସନ୍ଧାନ ମିଳିନଥିଲା, ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା।

    ଦୁଃଖଦ ଖବର ପାଇ ପଟାଙ୍ଗି ବିଧାୟକ ପିତମ କୁମାର ପାଢ଼ୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାର ସହ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଏପ୍ରିଲ ୧୩ତାରିଖରେ ଅନୁରୂପ ଘଟଣା ସେମିଳିଗୁଡ଼ା ବ୍ଲକ କୋଲାବ ଜଳଭଣ୍ଡାରରେ ଘଟିଥିଲା। ଦେଶୀ ଡଙ୍ଗା ବୁଡ଼ିଯିବାରୁ ଅକାଳରେ ୪ଜଣଙ୍କ ଜୀବନ ଚାଲି ଯାଇଥିଲା। ମୃତକମାନେ ଥିଲେ ସେମିଳିଗୁଡା ବ୍ଲକ ରଜପୁଟ ପଞ୍ଚାୟତ ମୁଖିବିଡ଼ାଇର ବବିତା କିର୍ଷାନୀ(୧୮), ସାବିତ୍ରୀ କିର୍ଷାନୀ(୧୯), ନୀଳା କିର୍ଷାନୀ (୧୮) ଓ କମଳୁ ବାଲଦି(୧୯)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.1 ° C
    24.1 °
    24.1 °
    89 %
    1.4kmh
    15 %
    Sat
    24 °
    Sun
    31 °
    Mon
    31 °
    Tue
    31 °
    Wed
    30 °

    ସମ୍ବନ୍ଧିତ