Sunday, October 4, 2026
24.3 C
Odisha

    ବର୍ଷାରେ ଘରେ ପହଞ୍ଚିଲା କୁମ୍ଭୀର: ସ୍କୁଟରରେ କୋଳରେ ଧରି ଛାଡିବାକୁ ଗଲେ ଯୁବକ

    ଆଗକୁ ପଢନ୍ତୁ

    ଗାନ୍ଧିନଗର: ଲଗାତାର ବର୍ଷା ଯୋଗୁଁ ଗୁଜରାଟର ବଡୋ‌ଦରାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଭାସି କୁମ୍ଭୀର ଲୋକଙ୍କ ଘରେ ପହଞ୍ଚୁଛନ୍ତି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଏହିପରି ଅନେକ ଫଟୋ ଓ ଭିଡ଼ିଓ ଦେଖିବାକୁ ମିଳୁଛି। ​​ଯେଉଁଥିରେ କୁମ୍ଭୀର ଘରର ଛାତରେ ପହଞ୍ଚିଥିବାର ଦେଖିବାକୁ ମିଳୁଛି। ତିନିଟି କୁମ୍ଭୀର ଗାଈ ଶିକାର କରିବା ପରେ ଏକାଠି ଫେରୁଥିବା ବେଳର ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିବା ବେଳେ କୁମ୍ଭୀର ଆତଙ୍କ ଏବେ ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ୟୁଜର ଯୁବକଙ୍କ ସାହସକୁ ପ୍ରଶଂସା କରିଛନ୍ତି। ତଥାପି ମିଳିଥିବା ସୂଚନା ଅନୁଯାୟୀ ସ୍କୁଟିରେ ବସିଥିବା ଦୁଇଜଣ ବ୍ୟକ୍ତି ସାଧାରଣ ନାଗରିକ ନୁହଁନ୍ତି ବରଂ ଜଙ୍ଗଲ ବିଭାଗର କର୍ମଚାରୀ। ଏହି ଦୁଇ ଯୁବକ କୁମ୍ଭୀରଟିକୁ ଧରି ଜଙ୍ଗଲ ବିଭାଗ କାର୍ଯ୍ୟାଳୟକୁ ନେଇଯାଇଥିଲେ। ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ସ୍କୁଟର ଚଳାଉଥିବା ବେଳେ ଅନ୍ୟଜଣେ ତାଙ୍କ କୋଳରେ କୁମ୍ଭୀରକୁ ଧରି ବସିଛନ୍ତି।

    ଏହି ଭିଡିଓ ନେଇ ଲୋକଙ୍କଠାରୁ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଆସୁଛି। ଜଣେ ୟୁଜର ଲେଖିଛନ୍ତି ଯେ ଏହି କାରଣ ଯୋଗୁ ଦୁର୍ଘଟଣା ଘଟିବାର ଆଶଙ୍କା ଅଧିକ। ଜଣେ ସୁରକ୍ଷିତ ରହିବା ଉଚିତ୍!। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, କୁମ୍ଭୀରଟି ମଧ୍ୟ ନିଶ୍ଚୟ ଭାବୁଥିବ ଯେ ସେ କିପରି ଶିକାରୀମାନଙ୍କ ଫାଶରେ ପଡ଼ିଲା। ଯେତେବେଳେ ସେ ନିଜେ ଶିକାର କରିବାକୁ ଆସି ଶିକାର ପାଲଟିଲା। ଭିଡିଓ ଉପରେ ମନ୍ତବ୍ୟ ଦେଇ ଅନ୍ୟ ଜଣେ ୟୁଜର ମଜାଳିଆ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭୁଲ୍‌। ବିନା ହେଲମେଟରେ କୁମ୍ଭୀର କିପରି ସ୍କୁଟିରେ ବସି ପାରିବ।
    ଗୁଜୁରାଟରେ ବାତ୍ୟା ଅନେକ କ୍ଷୟକ୍ଷତି ଘଟାଇଛି। କଚ୍ଛ ଏବଂ ସୌରାଷ୍ଟ୍ରର ଅଞ୍ଚଳରେ ବନ୍ୟା ଯୋଗୁଁ ଅନେକ ଲୋକ ଫସି ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଏନଡିଆରଏଫ ଟିମ୍ ୩ ହଜାରରୁ ଅଧିକ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଅନେକ ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ