Sunday, September 13, 2026
28.6 C
Odisha

    ଓଡ଼ିଶାରେ ପହଞ୍ଚିଲା ଭୂସ୍ଖଳନରେ ମୃତ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନରାଙ୍କ ପାର୍ଥିବ ଶରୀର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗତ ମଙ୍ଗଳବାର ଭୋର ସକାଳୁ କେରଳର ୱାୟନାଡରେ ଘଟିଥିବା ପ୍ରଳୟଙ୍କାରୀ ଭୂସ୍ଖଳନରେ ମୃତ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନରାଙ୍କ ପାର୍ଥିବ ଶରୀର ଆଜି ସନ୍ଧ୍ୟାରେ ଓଡ଼ିଶା ପହଞ୍ଚିଛି। କେନ୍ଦ୍ର ଓ କେଳର ସରକାରଙ୍କ ସହାୟତରେ ଡାକ୍ତର ବିଷ୍ଣୁପ୍ରସାଦ ଚିନରାଙ୍କ ମୃତଦେହ କେରଳରୁ ସଡ଼କପଥରେ ଏକ ଆମ୍ବୁଲାନ୍ସରେ ଆସି ଭୁବନେଶ୍ବର ଆସିଛି। ପରିବାର ଲୋକେ ତାଙ୍କୁ ଅପେକ୍ଷା କରିଥିବା ବେଳେ ତାଙ୍କର୍ ସାଙ୍ଗ ସାଥି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମହମବତୀ ଜାଳି ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଏହା ପରେ ମରଶରୀରକୁ ହାଇଟେକ୍ ମେଡିକାଲ ନିଆଯାଇଥିଲା। ଶେଷରେ ନିଜ ଜନ୍ମ ମାଟି କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡକୁ ମରଶରୀରକୁ ନିଆଯାଇଛି।

    ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଭୋର ସକାଳୁ କେରଳର ୱାୟନାଡର ପ୍ରଳୟଙ୍କରୀ ଭୂସ୍ଖଳନରେ ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡା ନିଖୋଜ ହୋଇଯାଇଥିଲେ। ତେବେ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ସ୍ୱାଧୀନ ନିଖୋଜ ରହିଥିବା ଜଣାପଡ଼ିଛି। ତେବେ ଡାକ୍ତର ବିଷ୍ଣୁପ୍ରସାଦଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାରରେ ହେବ ବୋଲି ଜଣାଯାଇଛି।

    ତେବେ ଯେତେ‌େବେଳ ଡାକ୍ତରଙ୍କ ପରିବାର ଭାଙ୍ଗିପଡ଼ିଥିଲେ, ସେହି ସମୟରେ ରାଜ୍ୟ ସରକାର ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ଅତିରିକ୍ତ ତହସିଲଦାର ଓ ବିଡ଼ିଓଙ୍କ ସମେତ ବିଧାୟକ ସୋଭିକ୍ ବିଶ୍ୱାଳ ପହଞ୍ଚି ପରିବାରକୁ ଆଶ୍ୱାସନା ଦେଇଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ରାଜ୍ୟ ସରକାର କେରଳ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    76 %
    1.1kmh
    71 %
    Sun
    28 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ