Thursday, October 15, 2026
22.4 C
Odisha

    ମୂଷା ଶରୀରରୁ ବ୍ୟାପୁଛି ହାଣ୍ଟାଭାଇରସ୍; ଗଲାଣି ୪ ଜୀବନ

    ଆଗକୁ ପଢନ୍ତୁ

    ୱାଶିଂଟନ: ଆମେରିକାର ଆରିଜୋନା ରାଜ୍ୟରେ ଏକ ନୂଆ ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିଲାଣି। ଏହି ନୂଆ ରୋଗରେ ଏବେ ସୁଦ୍ଧା ଚାରି ଜଣଙ୍କର ମୃତ୍ୟୁ ହେବା ପରେ ଏକ ସ୍ୱାସ୍ଥ୍ୟ ଆଲର୍ଟ ଜାରି କରାଯାଇଛି। ତେବେ ଏହି ଜୀବାଣୁ ମୂତ୍ର, ଲାଳ କିମ୍ବା ମୂଷାଙ୍କ ମଳରୁ ମଣିଷକୁ ବ୍ୟାପିଥାଏ। ଜାନୁଆରିରୁ ଜୁଲାଇ ପର୍ଯ୍ୟନ୍ତ, ଆରିଜୋନା ସ୍ୱାସ୍ଥ୍ୟ ସେବା ବିଭାଗ ୭ଟି ହାଣ୍ଟାଭାଇରସ୍ ପୁଲମୋନାରି ସିଣ୍ଡ୍ରୋମ ବ୍ୟକ୍ତିଙ୍କୁ ଚିହ୍ନଟ କରି ସାରିଲାଣି। ଯାହାକି ଏକ ଗୁରୁତର ତଥା ବେଳେବେଳେ ସାଂଘାତିକ ଶ୍ବାସକ୍ରିୟା ରୋଗ ଅଟେ।

    ଏହି ମାରାତ୍ମକ ଜୀବାଣୁ ସହ ଜଡିତ ଦୁଇଟି ମାମଲା କାଲିଫର୍ଣ୍ଣିଆରେ ମଧ୍ୟ ଦେଖିବାକୁ ମିଳିଛି। ଏହି ଭୂତାଣୁ ମୁଖ୍ୟତଃ ଗ୍ରାଣ୍ଡ୍‌ କାନିୟନ୍ ଷ୍ଟେଟ୍‌ରେ ଏକ ମୂଷା ଦ୍ବାରା ହେଉଥିବା ଜଣାପଡ଼ିଛି।

    ଏହି ସଂକ୍ରମଣ ହେଲେ ଜ୍ୱର, ମୁଣ୍ଡବିନ୍ଧା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣ ସୃଷ୍ଟି ହୋଇଥାଏ। ଯାହା ଶ୍ୱାସକ୍ରିୟାରେ ବାଧା ଉପୁଜାଏ। ହାଣ୍ଟାଭାଇରସ୍ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପି ନଥାଏ, ମାତ୍ର ଏହା ବିଭିନ୍ନ ଅଞ୍ଚଳରେ ହୋଇପାରେ ଏବଂ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ନୁହେଁ।

    ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ହାଣ୍ଟାଭାଇରସ୍ ହେଉଛି ଜୀବାଣୁଙ୍କର ଏକ ପରିବାର। ଯାହା ଲୋକଙ୍କଠାରେ ବିଭିନ୍ନ ରୋଗ ଲକ୍ଷଣ ସୃଷ୍ଟି କରିପାରେ। ହାଣ୍ଟାଭାଇରସ୍ ଫୁସଫୁସ ସିଣ୍ଡ୍ରୋମ (ଏଚ୍‌ପିଏସ୍‌) ଏବଂ ବୃକକ୍ ସିଣ୍ଡ୍ରୋମ (ଏଚ୍‌ଏଫ୍‌ଆର୍‌ଏସ୍‌) ସହିତ ହେମୋରାଜିକ୍ ଜ୍ୱର ହୋଇପାରେ ବୋଲି ସିଡିସି ୱେବସାଇଟ୍ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ