Wednesday, October 7, 2026
27.2 C
Odisha

    ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    ବାରଙ୍ଗ: ନରଣପୁର ସ୍ଥିତ ଡିଅନ ଆପାଟମେଣ୍ଟର ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ବାରଙ୍ଗ ଥାନା ପୁଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀ ଟାଙ୍କି ଭିତରୁ ଉଦ୍ଧାର କରି କଟକ ଏସ୍ ସିବି ଡାକ୍ତରଖାନାକୁ ଆମ୍ବୁଲାନସ୍ ଯୋଗେ ପଠାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
    ବାରଙ୍ଗ ନରଣପୁର ସ୍ଥିତ ଡିଅନ ଆପାଟମେଣ୍ଟର ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ସେଣ୍ଟରିଂ ପଟା ଖୋଲିବା ବେଳେ ଘଟିଛି ବଡ଼ ଅଘଟଣା ପାଇଖାନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସକାଳୁ ଟାଙ୍କି କାମରେ ଲାଗିଥିବା ସେଣ୍ଟରିଂ ପଟା ଖୋଲିବା ପାଇଁ ପ୍ରଥମେ ୨ଜଣ ଶ୍ରମିକ ଭିତରକୁ ଆସିଥିଲେ। ସେମାନେ ଭିତରେ ଅଚେତ ହୋଇ ରହିଯାଇଥଲେ। ତୃତୀୟ ଶ୍ରମିକ ଜଣକ ଡାକିବାରୁ ଉତ୍ତର ଦେଇ ନଥିଲେ। ସେମାନକୁ ଉଦ୍ଧାର କରିବା ପାଇଁଁ ତୃତୀୟ ଶ୍ରମିକ ଭିତରକୁ ପଶିଥିଲେ। ସେମଧ୍ୟ ସେଠାରେ ଅଚେତ ହୋଇ ରହିଯାଇଥିଲେ। ବାହାରେ କାମ କରିଥିବା ଅନ୍ୟ ଶ୍ରମିକମାନଙ୍କ କିଛି ସ୍ବର ଶବ୍ଦ ଶୁଣା ଯାଉନଥିବାରୁ ପାଖକୁ ଯାଇ ଦେଖିବା ପରେ ସବୁ ଜଣାପଡ଼ିଥିଲା। ବାରଙ୍ଗ ଥାନାକୁ ଖବର ଦିଆଯାଇ ଥିଲା। ପୁଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍କି ଭିତରୁ ଜଣ ଜଣ କରି ଅଚେତେ ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ପିସିଆର ଦେବାର ସେମାନଙ୍କର ଚେତା ଫେରି ନଥିଲା। ଆମୁଲାନ୍ସ ମଗାଇ କଟକ ଏସ୍ ସିବି ଡାକ୍ତରଖାନାକୁ ଯୋଗେ ପଠା ଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ