Thursday, October 15, 2026
21.4 C
Odisha

    କୋଚିଂ ସେଣ୍ଟର୍‌ରରେ ମୃତ୍ୟୁ ଘଟଣା: ସିଭିକ୍‌ ବଡି ମୁଖ୍ୟଙ୍କୁ ସମନ୍‌ ଜାରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୋଚିଂ ସେଣ୍ଟର୍‌ରେ ପାଣି ପଶି ହୋଇଥିବା ମୃତ୍ୟୁ ମାମଲାରେ ଦିଲ୍ଲୀ ସିଭିକ୍‌ ବଡି ମୁଖ୍ୟଙ୍କୁ ସମନ୍‌ ଜାରି କରିଛନ୍ତି ହାଇକୋର୍ଟ। ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ବରିଷ୍ଠ ଅଧିକାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କାରଣରୁ ହୋଇଛି ସମନ।ଏପଟେ କୋଚିଂ‌ ସେଣ୍ଟର୍‌ର ବେସ୍‌ମେଣ୍ଟ୍‌ରେ ପାଣି ପଶି ୩ ଜଣ ୟୁପିଏସସି ଆଶାୟୀଙ୍କ ଜୀବନହାନୀ ଘଟିବା ପରେ ଜାତୀୟ ରାଜଧାନୀରେ କୋଚିଂ ସେଣ୍ଟରଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏକ ନୂତନ ଆଇନ ଆଣିବେ ବୋଲି ଆମ୍‌ ଆଦମୀ ପାର୍ଟି (ଆପ୍‌) ମନ୍ତ୍ରୀ ଅତିଶୀ କହିଛନ୍ତି।

    କୋଚିଂ ସେଣ୍ଟର ପାଇଁ ନିୟମାବଳୀ ପ୍ରସ୍ତୁତ କରିବାକୁ ଅଧିକାରୀ, ଛାତ୍ରଙ୍କୁ ନେଇ ଦିଲ୍ଲୀ ସରକାର ଏକ କମିଟି ଗଠନ କରିବେ ବୋଲି ସେ କହିଛନ୍ତି। ଅତିଶୀ କହିଛନ୍ତି ଯେ ଆଇନର ଉଲ୍ଲଂଘନ କରି ବେସମେଣ୍ଟ ବ୍ୟବହାର କରିଥିବା କୋଚିଂ ସେଣ୍ଟର ଉପରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) କଟକଣା ଜାରି କରିଛି।

    ଗତ ସପ୍ତାହରେ ଦିଲ୍ଲୀର ଏକ ଲୋକପ୍ରିୟ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଯିବାରୁ ତିନିଜଣ ୟୁପିଏସସି ଆଶାୟୀଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ତାନିଆ ସୋନି, ଶ୍ରେୟା ଯାଦବ ଏବଂ ନବୀନ ଡେଲଭିନ। ତାନିଆ ତେଲେଙ୍ଗାନାରୁ, ଶ୍ରେୟା ଉତ୍ତରପ୍ରଦେଶରୁ ଥିବାବେଳେ ନବୀନ କେରଳର ବାସିନ୍ଦା ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.4 ° C
    21.4 °
    21.4 °
    96 %
    1kmh
    49 %
    Thu
    29 °
    Fri
    29 °
    Sat
    30 °
    Sun
    31 °
    Mon
    29 °

    ସମ୍ବନ୍ଧିତ