Wednesday, October 23, 2024
21.7 C
Odisha

    କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ସିବିଆଇକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ । ଜାଣନ୍ତୁ ପରବର୍ତ୍ତୀ ଶୁଣାଣି କେବେ ?

    ଆଗକୁ ପଢନ୍ତୁ

    ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ସବିଆଇକୁ ଜବାବ ମାଗିଛନ୍ତି । ସିବିଆଇ ଆଗାମୀ ୭ ଦିନ ମଧ୍ୟରେ ତା’ର ଜବାବ ଦାଖଲ କରିବ । ଏହାପରେ ୨ ଦିନ କେଜ୍ରିୱାଲଙ୍କ ତରଫରୁ ତାର ପ୍ରତି ଉତ୍ତର ପ୍ରଦାନ କରାଯିବ । ଏହାର ଗୋଟିଏ ସପ୍ତାହ ଅର୍ଥାତ ଜୁଲାଇ ୧୭ ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ । କୋର୍ଟରେ ଆଜି ହୋଇଥିବା ଶୁଣାଣି କ୍ରମରେ କେଜ୍ରିୱାଲଙ୍କ ଓକିଲ ଡ.ଅଭିଷେକ ମନୁ ସଂଘଭୀ ସିବିଆଇର ଗିରଫଦାରୀ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କି, ୨ ବର୍ଷ ପୂର୍ବେ ଦାଖଲ ହୋଇଥିବା ମାମଲାରେ କେଜ୍ରିୱାଲଙ୍କୁ ୬ ମାସ ପୂର୍ବରୁ ନୋଟିସ ହୋଇଥିଲା । ଇଡିର ଗିରଫଦାବୀ ପରେ ଜୁନ ୨୩ ତାରିଖରେ ତାଙ୍କୁ ଜେଲ ଭିତରୁ ପୁଣି ଗିରଫ କରାଯାଇଥିଲା । ଯାହାର କୌଣସି ଆବଶ୍ୟକତା ନଥିବା କଥା ସଂଘଭୀ କୋର୍ଟକୁ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ