Saturday, July 27, 2024
24.6 C
Odisha

    କେବେ ମିଳିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ?

    ଆଗକୁ ପଢନ୍ତୁ

    ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ସମ୍ମାନ ଜନନାୟକ କର୍ପୁରୀ ଠାକୁରଙ୍କୁ ଓ ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀଙ୍କୁ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ମାତ୍ର ୧୨ ଦିନ ବ୍ୟବଧାନରେ ଦୁଇ ନେତାଙ୍କୁ ଭାରତରତ୍ନ ପ୍ରଦାନ ଘୋଷଣା କରାଯାଇଛି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କୁ ମରଣୋତର ଭାବେ ଭାରତରତ୍ନ କେବେ ଦିଆଯିବ । ପୂର୍ବରୁ ବହୁବାର ସଂସଦରେ, ବିଭିନ୍ନ ସମୟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ, ସ୍ୱର୍ଗତ ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି କରି ଆସିଛି ବିଜେଡି । ଜାନୁଆରି ୨୪ରେ କର୍ପୁରୀ ଠାକୁରଙ୍କୁ ମରଣୋତର ଭାବେ ଭାରତରତ୍ନ ସମ୍ମାନ ଓ ଫେବୃଆରି ୩ରେ ଏଲକେ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା ହୋଇଛି । ତେଣୁ ସ୍ୱଭାବିକ ଭାବେ ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ଦାବି ପୁଣି ଉଠିିଛି । ଶୁକ୍ରବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ବିତର୍କରେ ଭାଗନେଇ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ବିଜୁ ବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି କରିଥିଲେ । ଓଡିଶା ବିଧାନଭାରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ପ୍ରସ୍ତାବ ପାରିତ କରାଯାଇଥିଲା । ସେହିଭଳି ଜେଡିୟୁ, ଜେଡିଏସ, ସମାଜବାଦୀ ପାର୍ଟିର ନେତା ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ସମ୍ମାନର ହକଦାର ବୋଲି କହି ସାରିଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଦାବିକୁ ବର୍ତମାନ ସୁଦ୍ଧା ଗ୍ରହଣ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ