Monday, March 23, 2026
29.4 C
Odisha

    ଘନକୁହୁଡ଼ି ଯୋଗୁଁ ଘୁ.ଉଦୟଗିରି ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ, ଶୀତ ଲହରି ଜାରି

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ସାଙ୍ଗକୁ ପ୍ରବଳ ଜାଡ଼ ସାରା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ କରିଚାଲିଥିବା ବେଳେ କିଛି ଦିନ ହେଲା କୁହୁଡ଼ି କଲବଲ କରୁଛି। ରାସ୍ତାରେ ଗାଡ଼ିଗୁଡ଼ିକର ଚାଳକମାନେ ନିଜ ଜୀବନକୁ ବାଜି ଲଗେଇ ପ୍ରବଳ କୁହୁଡ଼ିରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ସଞ୍ଜ ନଇଁଲେ କୁହୁଡ଼ିର ବଳୟ ଆରମ୍ଭ ହୋଇଯାଇଥାଏ। ସକାଳ ୯ଟା ବାଜିଲେ ସୂର୍ଯ୍ୟଙ୍କ ଦର୍ଶନ ମିଳେ। କୁହୁଡ଼ିର ମାତ୍ରାରେ ପଡୁଛି ଯେ ସମ୍ମୁଖରେ ଆସୁଥିବା ବ୍ୟକ୍ତି ହେଉକି ଗାଡ଼ି ଜଣାପଡୁନଥିବା ଯୋଗୁଁ ଗାଡ଼ିଚାଳନାରେ ସମସ୍ୟା ସୃଷ୍ଟି ହେଉଛି।

    ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଶୀତର ଲହରି ଜାରି ରହିଛି। ଦୀର୍ଘ ଦିନ ହେଲା ୧୦ଡିଗ୍ରି ତଳେ ପାରଦ ରହୁଥିବା ବେଳେ ଗତ ଦୁଇ ଦିନ ହେଲା ଘୁ.ଉଦୟଗିରି ସହରର ତାପମାତ୍ରା ୯ଡିଗ୍ରୀ ରହିଥିବା ସୂଚନା ମିଳିଛି। ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବଢିବା ସହ କୁହୁଡି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ