Thursday, October 15, 2026
28.2 C
Odisha

    ସ୍ତ୍ରୀଙ୍କୁ ନିସ୍ତୁକ ପିଟିଲା, ମୃତଦେହ ଡାକ୍ତରଖାନାରେ ରଖି ଫେରାର ହୋଇଗଲା ସ୍ବାମୀ

    ଆଗକୁ ପଢନ୍ତୁ

    ବୀରମହାରାଜପୁର: ନୃଶଂସ ସ୍ବାମୀର ବର୍ବର କାଣ୍ଡ ଦେଖିବାକୁ ମିଳିଛି। ନିଜ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଛି। ହତ୍ୟା ପରେ ଡାକ୍ତରଖାନାରେ ମୃତଦେହ ରଖି ସ୍ବାମୀ ଫେରାର ମାରିଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନା ତିଲେଇମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ମିତା ପଧାନ। ଅଭିଯୁକ୍ତ ସ୍ବାମୀ ଗଣପତି ପଧାନ ଫେରାର ଅଛି।

    ସୂଚନା ଅନୁସାରେ ତିଲେଇମାଲ୍ ଗାଁର ସାଗର ପଧାନର ପୁଅ ଗଣପତି ପଧାନ ବରପଦର୍ ଗାଁର ରେଞ୍ଚା ପଧାନଙ୍କ ଝିଅ ମିତା ପଧାନଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲା। ବିବାହର କିଛି ମାସ ପରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଅନ୍ୟ ଦିନ ଭଳି ଆଜି ମଧ୍ୟ ପାରିବାରିକ ସମସ୍ୟା ନେଇ ଆଜି ସକାଳୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗଣପତି ଉତ୍ତେଜିତ ହୋଇ ମିତାଙ୍କୁ ନିର୍ଦ୍ଧୁମ ପିଟିଥିଲେ। ସେ ଅଚେତ୍ ହୋଇ ପଡ଼ିଯିବାରୁ ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିଥିବାବେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସ୍ତ୍ରୀ ମରି ଯାଇଥିବା ଜାଣି ଡ଼ାକ୍ତରଖାନା ବାରଣ୍ଡାରେ ସ୍ତ୍ରୀର ମୃତଦେହ ଛାଡି ଫେରାର ମାରିଛି ଗଣପତି। ଏନେଇ ଖବର ପାଇ ମିତାଙ୍କ ଭାଇମାନେ ଡାକ୍ତରଖାନାରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଡାକ୍ତରଖାନାରୁ ପୁଲିସ ପହଞ୍ଚି ମୃତଦେହକୁ ଜବତ୍ କରିଛି। ସେପଟେ ଟଙ୍କା ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ମୃତ ମହିଳାଙ୍କର ତିନି ବର୍ଷର ଏକ ଝିଅ ମଧ୍ୟ ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.2 ° C
    28.2 °
    28.2 °
    73 %
    2.5kmh
    93 %
    Thu
    27 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ