ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ DGCA ଭାରତୀୟ ଏୟାରଲାଇନ୍ସ ପାଇଁ ସୁରକ୍ଷା ଆଡଭାଇଜରୀ ଜାରି କରିଛି । ଏହା ମଧ୍ୟପ୍ରାଚ୍ୟ ଏବଂ ଉପସାଗର ଉପରେ ଆକାଶମାର୍ଗକୁ ନେଇ ବଢୁଥିବା ବିପଦ ନେଇ କଡ଼ା ଚେତାବନୀ ଲାଗୁ କରାଯାଇଛି । ବଢୁଥିବା ବିପଦ ଯୋଗୁଁ DGCA ୧୧ ଟି ଦେଶର ବିମାନ ସେବାକୁ ବନ୍ଦ କରି ଦିଆଯାଇଛି । ଏହି ଆଡଭାଇଜରୀରେ କୁହାଯାଇଛି ଯେ, ବର୍ତ୍ତମାନ ପରିସ୍ଥିତିରେ ଏହି ଅଞ୍ଚଳ ଉପରେ ଉଡ଼ାଣ ବିପଦପୂର୍ଣ୍ଣ ହୋଇପାରେ ଏବଂ ବିମାନ ସେବା ପ୍ରଦାନକାରୀମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ସବୁଠାରୁ ବଡ଼ ବିପଦ ହେଉଛି ପ୍ରତିଶୋଧମୂଳକ ଆକ୍ରମଣ । ଏବେ ଆମେରିକା ଏବଂ ଇସ୍ରାଏଲ ସହିତ ପଡ଼ୋଶୀ ଦେଶଗୁଡିକୁ ପ୍ରଭାବିତ କରିପାରେ । ଦ୍ବିତୀୟ ବିପଦ ସଙ୍କେତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଉପରେ ପଡ଼ିପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି DGCA ୧୧ ଟି ଦେଶର ବିମାନ ଚଳାଚଳକୁ ବନ୍ଦ କରିଦେଇଛି ।
ସୂଚନାନୁଯାୟୀ, ଇରାନ, ଇସ୍ରାଏଲ, UAE, କତାର, ଲେବାନନ, କୁଏତ, ସାଉଦି ଆରବ, ବାହରାଇନ, ଓମାନ,ଇରାକ, ଜର୍ଡାନ ଏହି ୧୧ ଦେଶକୁ ବିମାନ ସେବା ପାଇଁ ଆଡଭାଇଜରୀ ଜାରି କରିଛି DGCA । ଆକସ୍ମିକ ଭାବେ ଆକ୍ରମଣ ହୋଇପାରେ ବୋଲି DGCA ପକ୍ଷରୁ ଏଭଳି ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ସରକାର ବିମାନ କମ୍ପାନୀ ଏବଂ ବିଦେଶୀ ନିୟାମକଙ୍କ ସହ ଲଗାତାର ଭାବେ ଯୋଗାଯୋଗରେ ରହିଛନ୍ତି ।
