Saturday, March 28, 2026
38.2 C
Odisha

    ଓଡିଶାର ଯାଜପୁରରେ ବିକାଶର ନୂଆ ଧାରା ବହିବା ଆରମ୍ଭ ହୋଇଛି

    ଆଗକୁ ପଢନ୍ତୁ

    ଯାଜପୁର: ଚଣ୍ଡିଖୋଲରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, ଓଡିଶାର ଯାଜପୁରରେ ବିକାଶର ନୂଆ ଧାରା ବହିବା ଆରମ୍ଭ ହୋଇଛି। ଆଜି ବିଜୁ ବାବୁଙ୍କର ଜନ୍ମଜୟନ୍ତୀ ଅବସର ଥିବାରୁ ଓଡ଼ିଶାର ବିକାଶ ଲାଗି, ଦେଶର ବିକାଶ ଲାଗି ବିଜୁବାବୁଙ୍କ ଯୋଗଦାନ ଅପୂରଣୀୟ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ସମସ୍ତ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧେୟ ବିଜୁବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ୨୦ ହଜାରରୁ ଅଧିକ କୋଟିର ଅନେକ ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ଯାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ପେଟ୍ରୋଲିୟମ, ପ୍ରାକୃତିକ ଗ୍ଯାସ ଓ ପରମାଣୁ ଶକ୍ତି ପ୍ରକଳ୍ପ ସହ ସଡ଼କ, ରେଳ, ପରିବହନ ଯୋଜନା ଦ୍ଵାରା ବିକାଶ କାମରେ ଏଠାରେ ଉଦ୍ଯୋଗ ଗତିବିଧି ବୃଦ୍ଧି ପାଇବ। ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପ ଲାଗି ଓଡ଼ିଶାବାସୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ