Wednesday, October 14, 2026
23 C
Odisha

    ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ, ମାଟି ତଳୁ ମିଳିଲା ମୃତଦେହ

    ଆଗକୁ ପଢନ୍ତୁ

    ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଚାରି କାନ୍ଥ ଭିତରୁ ଗୋଡ କାଢ଼ିଥିଲେ, ସିଏ ସାଜିଲା ହତ୍ୟାକାରୀ। ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ହତ୍ୟା କରିଥିଲା। ଏପରି ବୀଭତ୍ସ ହତ୍ୟାକାଣ୍ଡ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗ ପରେ ପୁଲିସ୍‌ ହତ୍ୟାକାରୀ ପ୍ରେମିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।

    ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ବଡଖୋଲ ଗାଁର ମୀନା କିସାନ। ସେ କିସିଣ୍ଡା ଥାନା ବଳମ ଗାଁର ଦାଶରଥି କିସାନଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ସ୍ୱାମୀ ଓ ପୁଅ ଥାଉଁ ଥାଉଁ କିସିଣ୍ଡା ଥାନା ବଲାସିଙ୍ଘା ଗାଁର ପ୍ରମୋଦ କିସାନଙ୍କ ପ୍ରେମରେ ପଡ଼ିଥିଲେ ମୀନା। ପରେ ଉଭୟଙ୍କ ଭିତରେ ପ୍ରେମର ଲୁଚାକାଳି ଖେଳ ଚାଲିଥିଲା। ଏମିତି ପ୍ରାୟ ୨ ବର୍ଷ ଧରି ଚାଲିଥିଲା। ନିଜର ଚୋରା ପିରତୀ ପ୍ରଘଟ ହୋଇଯିବା ସନ୍ଦେହ କରି ମୀନା ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକଙ୍କ ପାଖକୁ ପଳାଇ ଯାଇଥିଲେ। ପ୍ରେମିକ ପ୍ରମୋଦଙ୍କ ସହ ମୀନା ଘର ଭଡା ନେଇ ବିଭିନ୍ନ ଅଞ୍ଚଳରେ ରହୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ପ୍ରେମକୁ ନେଇ ଉଭୟଙ୍କ ଭିତରେ ଉଠିଥିଲା ଅଶାନ୍ତିର ଝଡ଼। ମୀନା ଆଉ କିଛି ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ପ୍ରମୋଦ ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଦେବଗଡ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁର ଜଣେ ସମ୍ପର୍କିୟ ଗୁରୁଚରଣ ପ୍ରଧାନଙ୍କ ଘରେ ମୀନାଙ୍କୁ ଛାଡି କୋଇଡା ଅଞ୍ଚଳକୁ ଟ୍ରକ୍‌ ଚଲାଇବା ପାଇଁ ଚାଲି ଯାଇଥିଲେ ପ୍ରମୋଦ।

    ଗତ ୨୩ ତାରିଖରେ ପ୍ରମୋଦ ମଧ୍ୟପୁର ଗାଁକୁ ଆସିଥିଲେ। ସେହି ସମୟରେ ସେ ମୀନାଙ୍କ ପ୍ରେମ କାହାଣୀ ଜାଣିବାକୁ ପାଇଥିଲେ। ବିଳମ୍ବିତ ରାତିରେ ମୀନା ଶୋଇଥିଲେ। ଠିକ୍‌ ସେହି ସମୟରେ ପ୍ରମୋଦ ଏକ ସାଲ୍‌ରେ ମୀନାର ବେକରେ ଗୋଡ଼ାଇ ଚିପି ହତ୍ୟା କରି ଦେଇଥିଲେ! ତା’ପରେ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ। ମୀନାଙ୍କ ମୃତଦେହକୁ ଗାଁଠାରୁ ୫୦ ମିଟର ଦୂରରେ ଥିବା ଏକ ଖେଳ ପଡ଼ିଆରେ ଗାତ ଖୋଳି ପୋତି ଦେଇଥିଲେ। ଏଥିରେ ସହଯୋଗ କରିଥିଲେ ପ୍ରମୋଦଙ୍କ ବାପା କେଶବ କିସାନ, ଘର ମାଲିକ ଗୁରୁଚରଣ ପ୍ରଧାନ ଓ ତାଙ୍କ(ଘର ମାଲିକ)ଙ୍କ ପୁଅ ଏବଂ ପ୍ରଦୀପ ପ୍ରଧାନ। ଗତ ଶୁକ୍ରବାର ଅପରାହ୍ନରେ ମହିଳାଙ୍କ ଗଳିତ ଶବ ଠାବ ହୋଇଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ମାଟି ଖୋଳି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସାଇଣ୍ଟିଫିକ୍‌ ଟିମ୍ ଓ ପୁଲିସ ତଦନ୍ତ ଚଳାଇଥିବା ବେଳେ ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଆଖପାଖ ଥାନାକୁ ଖବର ଦିଆଯାଇଥିଲା। ଏ ସମ୍ପର୍କରେ ଜାଣିପାରି ମୀନାଙ୍କ ମାଆ ଥାନାରେ ପହଞ୍ଚି ଥିଲେ। ଆଉ ମୃତଦେହ ଚିହ୍ନଟ କରିଥିଲେ। ଏହା ପରେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ପୁଲିସ୍‌ ପ୍ରଥମେ ପ୍ରେମିକ ପ୍ରମୋଦକୁ ଉଠାଇ ଜେରା କରିଥିଲା। ତା’ପରେ ତାଙ୍କ ବାପା ଓ ଘର ମାଲିକ ଗୁରୁଚରଣ ପ୍ରଧାନ ଓ ତାଙ୍କ(ଘର ମାଲିକ)ଙ୍କ ପୁଅ ଏବଂ ପ୍ରଦୀପ ପ୍ରଧାନ ଗିରଫ କରିଥିଲା। ମୀନା ହତ୍ୟା ମାମଲାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେବଗଡ଼ ଏସ୍‌ପି ରାମପ୍ରସାଦ ସାହୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ