Friday, March 13, 2026
22.3 C
Odisha

    ଆମକୁ କାହାର ସାର୍ଟିଫିକେଟ୍ ଦରକାର ନାହିଁ: ଓମାର

    ଆଗକୁ ପଢନ୍ତୁ

    ଶ୍ରୀନଗର:  ଆମେରିକା, ନରୱେ, ସିଙ୍ଗାପୁର ସମେତ ୧୬ଦେଶର ବରିଷ୍ଠ କୂଟନୀତିଜ୍ଞମାନେ ବୁଧବାର କଶ୍ମୀର ଗସ୍ତ କରି ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ସାକ୍ଷୀ ସାଜିଛନ୍ତି। ବୁଧବାର ସେଠାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୬ଆସନ ପାଇଁ ମତଦାନ ଚାଲିଛି।

    ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ପରେ ଭଲ ଭୋଟ୍ ପ୍ରତିଶତକୁ ଦୃଷ୍ଟିରେ ରଖି ଶାନ୍ତିପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ବିଦେଶୀ ପ୍ରତିନିଧୀଙ୍କୁ ଆମନ୍ତ୍ରଣ କରିଥିଲେ। ତେବେ ନ୍ୟାସନାଲ କନଫରେନ୍ସ  ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କେନ୍ଦ୍ରର ଏହି ପଦକ୍ଷେପକୁ ଦୃଢ଼ ନିନ୍ଦା କରିଛନ୍ତି।

    କୂଟନୀତିଜ୍ଞଙ୍କ କଶ୍ମୀର ଗସ୍ତ ସମ୍ପର୍କରେ ଅଧିକାରୀମାନେ କହିଛନ୍ତି ଯେ ସେମାନେ ପହଞ୍ଚିବା ପରେ ବଡ଼ଗାମ ଜିଲ୍ଲାର ଓମପୋରାଠାରେ ଏକ ମତଦାନ ବୁଥ ପରିଦର୍ଶନ କରିଥିଲେ। ବଡ଼ଗାମ ଡେପୁଟି କମିଶନର ଅକ୍ଷୟ ଲାବରୁ ମତଦାନ କେନ୍ଦ୍ର ଗସ୍ତ ସମୟରେ ପର୍ଯ୍ୟବେକ୍ଷକମାନଙ୍କୁ ସୂଚନା ଦେଇଥିଲେ।

    ୧୬ ଟି ଦେଶରୁ ଆସିଥିବା ଏହି ପ୍ରତିନିଧି ଦଳରେ ଆମେରିକା, ମେକ୍ସିକୋ, ଗୁଆନା, ଦକ୍ଷିଣ କୋରିଆ, ସୋମାଲିଆ, ପାନାମା, ସିଙ୍ଗାପୁର, ନାଇଜେରିଆ, ସ୍ପେନ୍, ଦକ୍ଷିଣ ଆଫ୍ରିକା, ନରୱେ, ତାଞ୍ଜାନିଆ, ରୁୱାଣ୍ଡା, ଆଲଜେରିଆ ଏବଂ ଫିଲିପାଇନ୍ସର କୂଟନୀତିଜ୍ଞମାନେ ସାମିଲ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଅଧିକାଂଶ ଦୂତାବାସ  ପ୍ରଭାରୀ ଏବଂ ଦୂତାବାସର ଉପମୁଖ୍ୟ ମାନେ ନିଜ ନିଜ ଦେଶର ପ୍ରତିନିଧିତ୍ୱ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ-ପରାମର୍ଶଦାତା ଏବଂ ପରାମର୍ଶଦାତାସ୍ତରର ରାଜନୈତିକ ଅଧିକାରୀମାନେ ପ୍ରତିନିଧିତ୍ୱ କରୁଛନ୍ତି।

    ଜମ୍ମୁ-କଶ୍ମୀରରେ ଆତଙ୍କବାଦ ସୃଷ୍ଟି ହେବା ପରେ ପ୍ରଥମ ଥର ପାଇଁ ନିର୍ବାଚନ ପ୍ରକ୍ରିୟା ଦେଖିବାକୁ ବିଦେଶୀ ପର୍ଯ୍ୟବେକ୍ଷକଙ୍କୁ ଅନୁମତି ଦିଆଯାଇଛି। ନିର୍ବାଚନ ସମୟରେ ଜମ୍ମୁ-କଶ୍ମୀରରେ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକମାନଙ୍କୁ ଅନୁମତି ଦେବା ପାଇଁ ପୂର୍ବ ସରକାରମାନେ କୌଣସି ପ୍ରସ୍ତାବକୁ ଖୋଲାଖୋଲି ଭାବେ ପ୍ରତ୍ୟାଖ୍ୟାନ କରିଥିଲେ।

    ଚଳିତ ବର୍ଷ ଆରମ୍ଭରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ପରେ ଭଲ ଭୋଟ୍ ପ୍ରତିଶତକୁ ଦୃଷ୍ଟିରେ ରଖି ଶାନ୍ତିପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ପ୍ରଦର୍ଶନ କରିବା ଲକ୍ଷ୍ୟରେ କେନ୍ଦ୍ରରେ ଥିବା ମୋଦୀ ସରକାର ବିଦେଶୀ ପ୍ରତିନିଧୀଙ୍କୁ ଆମନ୍ତ୍ରଣ କରିଥିଲେ।

    ତେବେ ଜମ୍ମୁ-କଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନର ସାକ୍ଷୀ ହେବା ପାଇଁ ଏକ ବିଦେଶୀ ପ୍ରତିନିଧୀ ମଣ୍ଡଳଙ୍କୁ ଆମନ୍ତ୍ରଣ କରିବା ନେଇ କେନ୍ଦ୍ରର ପଦକ୍ଷେପକୁ ନ୍ୟାସନାଲ କନଫରେନ୍ସ (ଏନସି) ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କଡ଼ା ସମାଲୋଚନା କରିଛନ୍ତି ।

    ସେ କହିଛନ୍ତି ଯେ ଏହି ନିର୍ବାଚନ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଅବଦୁଲ୍ଲା ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି, ମୁଁ ଜାଣେ ନାହିଁ କାହିଁକି ବିଦେଶୀମାନଙ୍କୁ ଏଠାରେ ନିର୍ବାଚନ ଅନୁଧ୍ୟାନ କରିବାକୁ କୁହାଯାଇଛି? ଯେତେବେଳେ ଅନ୍ୟ ଦେଶର ସରକାର ଏହା ଉପରେ ମନ୍ତବ୍ୟ ଦିଅନ୍ତି, ସେତେବେଳେ ଭାରତ ସରକାର କହିଛନ୍ତି ଯେ ଏହା ହେଉଛି ଭାରତର ଆଭ୍ୟନ୍ତରୀଣ ବିଷୟ ଏବଂ ବର୍ତ୍ତମାନ ହଠାତ୍ ସେମାନେ ଚାହୁଁଛନ୍ତି ଯେ ବିଦେଶୀ ପର୍ଯ୍ୟବେକ୍ଷକମାନେ ଏଠାକୁ ଆସନ୍ତୁ ଏବଂ ଆମର ନିର୍ବାଚନ ଦେଖନ୍ତୁ।

    ସରକାର ଲୋକମାନଙ୍କୁ ଅପମାନିତ କରିଛନ୍ତି। ଲୋକଙ୍କୁ ଅଟକ ରଖିବା ଏବଂ ହଇରାଣ କରିବା ପାଇଁ ସେମାନେ ସରକାରଙ୍କ ସମସ୍ତ ଏଜେନ୍ସିର ବ୍ୟବହାର କରିଛନ୍ତି।  ଓମାର ଅବଦୁଲ୍ଲା କହିଛନ୍ତି, ଏହା ସତ୍ତ୍ବେ ଲୋକମାନେ ଘରୁ ବାହାରକୁ ଆସି ନିର୍ବାଚନରେ ​​ଭାଗ ନେଉଛନ୍ତି।

    ସୂଚନାଯୋଗ୍ୟ,  ଜମ୍ମୁ-କଶ୍ମୀରରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୮ ରେ ୨୪ ଟି ଆସନ ପାଇଁ ଭୋଟିଂ ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ୨୬ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେଉଛି।  ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୧ ରେ ୪୦ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ ଏବଂ ଅକ୍ଟୋବର ୮ ରେ ଭୋଟ୍ ଗଣତି କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    20 %
    1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    38 °
    Tue
    37 °

    ସମ୍ବନ୍ଧିତ