Friday, April 3, 2026
27 C
Odisha

    ଜିଲ୍ଲା ବୁଲିବେ ନବୀନ: ଅନୁଗୁଳ ଜିଲ୍ଲାର ବିଜେଡି କର୍ମକର୍ତ୍ତାଙ୍କ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ଅନୁଗୁଳ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଛି। ସଂଗଠନକୁ ମଜଭୂତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସଭାପତି ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିବାକୁ କହିଥିଲେ। ମୌସୁମୀ ପରେ ସେ ନିଜେ ଜିଲ୍ଲା ବୁଲିବେ ବୋଲି ସୂଚନା ଦେଇଥିଲେ।

    ଅନୁଗୁଳ ଜିଲ୍ଲାର ବିଜେଡି କର୍ମକର୍ତ୍ତାଙ୍କ ବୈଠକ 
    ଏକଜୁଟ ହୋଇ ଦଳ ପାଇଁ କାମ କରିବାକୁ ପରାମର୍ଶ

    ଶ୍ରୀ ପଟ୍ଟନାୟକ କହିଥିଲେ, ବିଜେଡି ସରକାରର ୨୪ ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ଶିଳ୍ପ ବିକାଶ କ୍ଷେତ୍ରରେ ଅନୁଗୁଳ ଏକ ଆଗୁଆ ଜିଲ୍ଲା। ବିଜେଡି ସରକାର ସମୟରେ ଜିଲ୍ଲାର ବିକାଶ ପାଇଁ ଅନେକ କାମ ହୋଇଥିଲା। ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦରେ ବିଜେଡିର ସ୍ଥିତି ମଜଭୂତ ରହିଛି। ତେଣୁ ପୂର୍ବ ପରି ଅଧିକ ନିଷ୍ଠାର ସହ ଲୋକଙ୍କ ସେବା ଜାରି ରଖିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବିଜେଡି ସରକାର ସମୟରେ ଗରିବଙ୍କ ସଂଖ୍ୟା ହ୍ରାସ ପାଇଁ ଅନେକ କାମ ହୋଇଛି, ଯାହା ଆଜି ସୁଫଳ ଦେଇଛି। ଏହା ୭୦%ରୁ କମି ୧୦%ରେ ପହଞ୍ଚିଛି। ବିକାଶର ବିଭିନ୍ନ ସୂଚକାଙ୍କରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ବିଜେଡି ସରକାର ସମୟର ଭଲ କାମ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ପଦଯାତ୍ରା ସମୟରେ ବିଜେପିର ମିଛ ଲୋକଙ୍କୁ ଜଣାଇବାକୁ ସେ କହିଥିଲେ। ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ। ଅନୁଗୁଳ ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ବିଧାୟକ ବ୍ରଜ ପ୍ରଧାନ ଓ ନଳିନୀକାନ୍ତ ପ୍ରଧାନ, ପୂର୍ବତନ ସାଂସଦ ମହେଶ ସାହୁ, ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ, ମୁକେଶ ପାଲ ଓ ସୁଶାନ୍ତ ବେହେରାଙ୍କ ସମେତ ଜିଲ୍ଲାର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ