Saturday, October 10, 2026
23.6 C
Odisha

    ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଭୋଭୋ ହୋଇ କାନ୍ଦିଲେ ଉଷା

    ଆଗକୁ ପଢନ୍ତୁ

    କୋଲକାତା: : ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଗୁପ୍ତାଙ୍ଗରୁ ୧୫୦ମିଲିଗ୍ରାମରୁ ଅଧିକ ତରଳ ପଦାର୍ଥ ମିଳିଥିବାରୁ ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ସିବିଆଇ ଏବେ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି କଳାକାରମାନେ ସ୍ବର ଉତ୍ତୋଳନ କରି ପୀଡ଼ିତା ତଥା ପୀଡ଼ିତା ପରିବାରକୁ ନ୍ୟାୟ ଦାବି କରିଛନ୍ତି। ଏହି କ୍ରମରେ ଲୋକପ୍ରିୟ କଣ୍ଠଶିଳ୍ପୀ ଉଷା ଉଥୁପ କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବିଷୟରେ ଆଲୋଚନା କରିବାକୁ ଯାଇ ଭୋଭୋ ହୋଇ କାନ୍ଦି ପକାଇଛନ୍ତି। ଉଷା କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଆପଣମାନେ ଭଗବାନଙ୍କୁ କୁହନ୍ତି ନାହିଁ କି ଆପଣଙ୍କ ଅସୁବିଧା ବଡ଼। ଏହା କୁହନ୍ତୁ କି ମୋର ଭଗବାନ ବଡ଼… ମୋର ଭଗବାନ ବଡ଼.. ପୀଡ଼ିତାଙ୍କ କଥା ଭୁଲନ୍ତୁ ନାହିଁ।’ କୋଲକାତାର‌ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ପୀଡ଼ିତା ଗଣ ଦୁଷ୍କର୍ମର ଶିକାର ହୋଇନାହାଁନ୍ତି ବୋଲି ଏକ ସୂତ୍ରରୁ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେକୁ ଖବର ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ