Sunday, September 20, 2026
28.3 C
Odisha

    ପ୍ରବଳ ବର୍ଷାରେ ଆଠ କିଲୋମିଟର ଦଉଡି ଏକ ମହିଳାଙ୍କ ଜୀବନକୁ ବଞ୍ଚାଇଛି କୁକୁର

    ଆଗକୁ ପଢନ୍ତୁ

    ସାଧାରଣତଃ ପ୍ରାୟ ସମସ୍ତଙ୍କ ଘରେ କୁକୁର ନିହାତି ଥିବ । କୁକୁର ମଣିଷର ଏକ ଭଲ ବନ୍ଧୁ । ବହୁତ କ୍ଷେତ୍ରରେ ଦେଖା ଯାଇଛି କୁକୁର ମାଲିକର ଜୀବନ ବଞ୍ଚାଇବା କୁ ଯାଇ ନିଜେ ଜୀବନ ଦେଇଛି ତ ଆଉ କଉଠି ପଶୁ ହୋଇ ପଶୁର ଜୀବନ ବଞ୍ଚାଇଛି ।ହତ୍ୟାକାରୀଙ୍କ ପଛରେ, କୁକୁର ଦଉଡେ ଏହା ସମସ୍ତେ ଜାଣନ୍ତି । ଏବେ କର୍ଣାଟକରେ ଏକ ପୋଲିସ କୁକୁର ମହିଳା ଙ୍କ ଜୀବନ ବଞ୍ଚାଇ ଚର୍ଚାକୁ ଆସିଛି । କୁକୁର ହୋଇଥିଲେ ମଧ୍ୟ ସେ ମାନବିକତାର ପରିଟୟ ଦେଇଛି । ପ୍ରବଳ ବର୍ଷାରେ ଆଠ କିଲୋମିଟର ଦଉଡି ଏକ ମହିଳାଙ୍କ ଜୀବନକୁ ବଞ୍ଚାଇଛି । କଥା କେବଳ ଏତିକିରେ ସରିନି ଏହା ସହଜଣେ ସନ୍ଦିଗ୍ଧ ହତ୍ୟାକାରୀଙ୍କୁ ଟ୍ରାକିଂ କରିବାରେ ସଫଳ ହୋଇଛି ।

    ଘଟଣାଟି ଘଟିଛି କର୍ଣ୍ଣାଟକର ଡାଭାନାଗେରରେ । ଜଣେ ସନ୍ଦିଗ୍ଧ ହତ୍ୟାକାରୀଙ୍କ ପଛରେ ଜଣେ ପୋଲିସ କୁକୁର ଜଣେ ମହିଳାଙ୍କ ଜୀବନ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପ୍ରବଳ ବର୍ଷାରେ ଆଠ କିଲୋମିଟର ଦଉଡିବା ପରେ ପରେ ସନ୍ଦିଗ୍ଧ ହତ୍ୟାକାରୀଙ୍କୁ ଟ୍ରାକିଂ କରିଥିଲା।

    ଗୁରୁବାର ଦିନ ଚାନ୍ନାଗିରି ତାଲୁକର ସନ୍ଥେବେନୁରର ପେଟ୍ରୋଲ ପମ୍ପ ନିକଟରେ ବାଡା ରୋଡରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ଏକ ପାଟ୍ରୋଲିଂ ଦଳ ମୃତଦେହକୁ ଦେଖି ସେମାନଙ୍କ ବରିଷ୍ଠମାନଙ୍କୁ ସତର୍କ କରାଇଥିଲେ।
    ଏସପି ଉମା ପ୍ରଶାନ୍ତ ଖବର ପାଇବ ପରେ ତୁଙ୍ଗା ୨ ଓ ତା’ର ହ୍ୟାଣ୍ଡେଲର କନଷ୍ଟେବଲ ଶାଫିଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ। ଡୋବେରମ୍ୟାନ ପ୍ରଜାତିର ତୁଙ୍ଗା ୨ ପ୍ରଥମେ ମୃତ ବ୍ୟକ୍ତିଙ୍କୁ ସୁଙ୍ଘି ଥିଲା। ଏହାପରେ ଚଣାପୁରା ଆଡ଼େ ଦୌଡ଼ିବା ଆରମ୍ଭ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ