Monday, March 23, 2026
20.3 C
Odisha

    ମନଗଢ଼ା ଗପ ଗପୁଛନ୍ତି ଟ୍ରମ୍ପ୍‌: ଭାରତ କୁଆଡ଼େ ରୁଷ୍‌ଠାରୁ ତେଲ କିଣୁନି ‌ବୋଲି ସେ ଶୁଣିବାକୁ ପାଇଲେ…

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ସତରେ କଣ ଟ୍ରମ୍ପଙ୍କ ବାଚଳାମି ବଢିବାରେ ଲାଗିଛି ? କାରଣ ଆମେ ଏଇଥିପାଇଁ କହୁଛୁ ଯେ ଟ୍ରମ୍ପ ପୁଣି ଏକ ଦାବି କରିଛନ୍ତି ଭାରତର ତେଲ କିଣିବାକୁ ନେଇ । ଯାହାର କିଛି ସତ୍ୟତା ନାହିଁ । ଟ୍ରମ୍ପ ଦାବି କରି କହିଛନ୍ତି, ‘ମୁଁ ଶୁଣିବାକୁ ପାଇଲି ଯେ ଭାରତ କୁଆଡେ ଋଷ୍‌ଠୁ ତେଲ କିଣିବା ବନ୍ଦ କରିଦେଇଛି । କିନ୍ତୁ ଏହା କେତେ ସତ୍ୟ ମୋତେ ଜଣା ନାହିଁ । ଯଦି ଏହା ସତ, ତେବେ ଏହା ଏକ ବହୁତ ଭଲ ପଦକ୍ଷେପ’ । ଏଏନ୍‌ଆଇ ରିପୋର୍ଟ ଅନନୁଯାଇ ଏକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ, “ମୁଁ ଶୁଣିବାକୁ ପାଇଛି ଯେ ଭାରତ ଋଷରୁ ତେଲ କିଣିବା ବନ୍ଦ କରିଦେଇଛି । ମୁଁ ଏହା ଶୁଣିଛି, କିନ୍ତୁ ମୁଁ ଜାଣେ ନାହିଁ ଏହା ସତ କି ନୁହେଁ। ଯଦି ଏହା ସତ, ତେବେ ଏହା ଏକ ବହୁତ ଭଲ ପଦକ୍ଷେପ ।” ଟ୍ରମ୍ପଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି, ଯେତେବେଳେ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ସେମାନେ ଚାହୁଁଛନ୍ତି ଯେ ଭାରତ ଭଳି ଦେଶ ମଧ୍ୟ ଋଷ ସହ ବ୍ୟବସାୟିକ ସମ୍ପର୍କ କମ୍ କରନ୍ତୁ ।
    ଟ୍ରମ୍ପଙ୍କ ଦାବି ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ଭାରତ ସରକାରୀ ଭାବେ ଋଷରୁ ତେଲ କିଣିବା ବନ୍ଦ କରିବା ନେଇ କୌଣସି ଘୋଷଣା କରିନି । କିନ୍ତୁ, କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଛି ।
    ସରକାରୀ କମ୍ପାନୀଙ୍କ ଦ୍ୱାରା କ୍ରୟ ହ୍ରାସ: ରିପୋର୍ଟ ଅନୁଯାୟୀ, ଭାରତର ପ୍ରମୁଖ ସରକାରୀ ତୈଳ କମ୍ପାନୀ ଯେପରିକି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC), ଭାରତ ପେଟ୍ରୋଲିୟମ୍ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL) ସାମ୍ପ୍ରତିକ ସମୟରେ ଋଷରୁ ସ୍ପଟ୍ ବା ତତ୍କାଳ ତେଲ କିଣିବା ବନ୍ଦ କରିଦେଇଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଋଷ ଦ୍ୱାରା ଦିଆଯାଉଥିବା ରିହାତିରେ ହ୍ରାସ । ୟୁକ୍ରେନ ଯୁଦ୍ଧ ଆରମ୍ଭରେ ଋଷ ଭାରତକୁ ବ୍ୟାରେଲ ପିଛା ବଡ଼ ଧରଣର ରିହାତି ଦେଉଥିଲା, ଯାହା ବର୍ତ୍ତମାନ ଯଥେଷ୍ଟ କମିଯାଇଛି । ଏହା ସହିତ ଆମେରିକାର ପ୍ରତିବନ୍ଧକର ଭୟ ମଧ୍ୟ ଏକ କାରଣ ।
    ଘରୋଇ କମ୍ପାନୀଙ୍କ ଦ୍ୱାରା କ୍ରୟ ଜାରି:ତେବେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ନାୟାରା ଏନର୍ଜି ଭଳି ଘରୋଇ କମ୍ପାନୀଗୁଡ଼ିକ ସେମାନଙ୍କର ଦୀର୍ଘମିଆଦୀ ଚୁକ୍ତି ଅନୁଯାୟୀ ଋଷରୁ ତେଲ ଆମଦାନୀ ଜାରି ରଖିଛନ୍ତି ।
    ଭାରତ ସରକାର ସବୁବେଳେ ନିଜର “ଶକ୍ତି ସୁରକ୍ଷା” ଏବଂ “ରାଷ୍ଟ୍ରୀୟ ସ୍ୱାର୍ଥ”କୁ ପ୍ରାଥମିକତା ଦେଇଆସିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବାରମ୍ବାର କହିଛନ୍ତି ଯେ ଭାରତ ଯେଉଁଠାରୁ ଶସ୍ତା ଏବଂ ସୁଲଭ ମୂଲ୍ୟରେ ତେଲ ପାଇବ, ସେଠାରୁ କିଣିବ । ଭାରତ କୌଣସି ଦେଶର ଚାପରେ ନିଜର ବୈଦେଶିକ ନୀତି ପରିବର୍ତ୍ତନ କରିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ