Friday, September 20, 2024
24.1 C
Odisha

    ଭୁଲରେ ସନ୍ଧ୍ୟା ବେଳେ କରନ୍ତୁ ନାହିଁ ଏହି କାମ, ନଚେତ ଆସିବ ଦରିଦ୍ରତା

    ଆଗକୁ ପଢନ୍ତୁ

    ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁଖ ସମୃଦ୍ଧି ଚାହିଁଥାନ୍ତି । ଏହି ସୁଖ ସମୃଦ୍ଧି ଦ୍ୱାରା ପରିବାରରେ ଶାନ୍ତି ଆସେ । ଏଥିପାଇଁ ମଣିଷ ବହୁତ ପରିଶ୍ରମ କରିଥାଏ । ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥାଏ । କିନ୍ତୁ ଅନେକ ଥର ମଣିଷର ପରିଶ୍ରମ ଅସଫଳ ହୋଇଥାଏ । ମଣିଷ ଜୀବନରେ ନକରାତ୍ମକତା ଘଟଣା ଘଟେ । ଉନ୍ନତି କରିବାର ସବୁ ଚେଷ୍ଟା ବିଫଳ ହୁଏ । କିନ୍ତୁ ଏହା ପଛରେ ବି ମଣିଷର ଭୁଲ ରହୁଛି । ମଣିଷ ଏପରି କିଛି ଭୁଲ କରେ ଯାହା ଦ୍ୱାରା ଘରେ ଦରିଦ୍ରତା ଆସେ । ମା’ ଲକ୍ଷ୍ମୀ କ୍ରୋଧିତ ହେବା ଦ୍ୱାରା ଘରେ ଧନହାନୀ ହୁଏ । ଧର୍ମ ଶାସ୍ତ୍ରରେ କିଛି ନିୟମ ରହିଛି ଏହି ନିୟମକୁ ନମାନିଲେ ଅନିଷ୍ଟ ହୁଏ । ତେବେ ସନ୍ଧ୍ୟା ପରେ କିଛି କାମ ଏମିତି ଅଛି ଯାହା କରିବା ଦ୍ୱାରା ମଣିଷ ଜୀବନରେ ଦରିଦ୍ରତା ଆସେ । ତେବେ ଆସନ୍ତୁ ଜାଣିବା ସନ୍ଧ୍ୟା ପରେ କେଉଁ କାମ କରିବେ ନାହିଁ ।

    ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ ଶୁଅନ୍ତୁ ନାହିଁ । ଏହି ସମୟରେ ଦେବାଦେବୀଙ୍କ ପୂଜା କରାଯାଏ । ଯଦି ଆପଣ ଏହି ସମୟରେ ଶୋଇବେ ତେବେ ମା’ ଲକ୍ଷ୍ମୀ କ୍ରୋଧିତ ହେବେ ଏବଂ ଆପଣଙ୍କ ଜୀବନରେ କେବେ ଉନ୍ନତି ହେବ ନାହିଁ । ସୂର୍ଯ୍ୟାସ୍ତ ପରେ ଲୁଗା ଧୋଇବା ଉଚିତ ନୁହେଁ । ଏଭଳି କରିବା ଦ୍ୱାରା ଘରେ ଅନିଷ୍ଟ ହୋଇଥାଏ ।

    ସନ୍ଧ୍ୟା ପରେ ମା’ ଲକ୍ଷ୍ମୀ ଭ୍ରମଣ ପାଇଁ ବାହାରିଥାନ୍ତି ଏବଂ ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଯେଉଁ ସ୍ଥାନ ସଫା ସୁତୁରା ଥାଏ ସେହି ସ୍ଥାନକୁ ମା’ ଲକ୍ଷ୍ମୀ ଆସନ୍ତି । ତେଣୁ ନିଜ ଘରକୁ ସଫା ସୁତୁରା ରଖିବାକୁ ଚେଷ୍ଟା କରନ୍ତୁ । ତେଣୁ ସୂର୍ଯ୍ୟାସ୍ତ ପୂର୍ବରୁ ହିଁ ଘରକୁ ସଫା କରନ୍ତୁ । ସନ୍ଧ୍ୟା ସମୟରେ ଭୁଲରେ ମଧ୍ୟ ଘରକୁ ସଫା କରନ୍ତୁ ନାହିଁ । ଯଦି ଆପଣ ସନ୍ଧ୍ୟା ସମୟରେ ଘର ଦ୍ୱାରା ସଫା କରିବେ ତେବେ ମା’ ଲକ୍ଷ୍ମୀ କ୍ରୋଧିତ ହେବେ । ଏଭଳି ପରିସ୍ଥିତିରେ ଘରେ ଧନହାନି ହେବ । ଏହା ସହିତ ଘରେ କଳି ଝଗଡ଼ା ଲାଗି ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ