Wednesday, November 26, 2025
21.5 C
Odisha

    ମିଳିଲା ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମୃତଦେହ । ୱାୟନାଡ୍ ଭୂସ୍ଖଳନରେ ଥିଲେ ନିଖୋଜ

    ଆଗକୁ ପଢନ୍ତୁ

    ଅନେକ ଖୋଜାଖୋଜି ପରେ ମିଳିଛି ୱାୟନାଡ ଭୂସ୍ଖଳନରେ ନିଖୋଜ ଥିବା କଟକ ଚୌଦ୍ୱାରର ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ । ସ୍ଥାନୀୟ ପୋଲିସ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରିଛି । ତାଙ୍କ ସହ ଯାଇଥିବା ଅନ୍ୟ ଜଣେ ଡାକ୍ତର ସ୍ୱାଧୀନ ପଣ୍ଡା ଏବେବି ନିଖୋଜ ଥିବା ଜଣାପଡିଛି । ଏହାସହ ବିଷ୍ଣୁଙ୍କ ଗ୍ରୁପରେ ଯାଇଥିବା ଅନ୍ୟ ୨ ଜଣ ଡାକ୍ତର ସ୍ୱୀକୃତି ମହାପାତ୍ର ଓ ଡାକ୍ତର ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।ସୂଚନା ମୁତାବକ, ବିଷ୍ଣୁପ୍ରସାଦ ତାଙ୍କ ପତ୍ନୀଙ୍କ ସହ ଗ୍ରୁପରେ ବେଙ୍ଗାଲୁରୁରୁ ୱାୟନାଡ ବୁଲିିବାକୁ ଯାଇଥିଲେ । ହେଲେ ସୋମବାର ରାତିରେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ଭୀଷଣ ଭୂସ୍ଖଳନ ହେବାରୁ ସେ ଓ ତାଙ୍କ ସାଥୀ ଡାକ୍ତର ନିଖୋଜ ହୋଇଯାଇଥିଲେ । ବିଷ୍ଣୁଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇଥିଲେ ବି ସେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    50 %
    1.3kmh
    0 %
    Wed
    26 °
    Thu
    26 °
    Fri
    26 °
    Sat
    26 °
    Sun
    25 °

    ସମ୍ବନ୍ଧିତ