Monday, July 13, 2026
27.3 C
Odisha

    ମିଳିଲା ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମୃତଦେହ । ୱାୟନାଡ୍ ଭୂସ୍ଖଳନରେ ଥିଲେ ନିଖୋଜ

    ଆଗକୁ ପଢନ୍ତୁ

    ଅନେକ ଖୋଜାଖୋଜି ପରେ ମିଳିଛି ୱାୟନାଡ ଭୂସ୍ଖଳନରେ ନିଖୋଜ ଥିବା କଟକ ଚୌଦ୍ୱାରର ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ । ସ୍ଥାନୀୟ ପୋଲିସ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରିଛି । ତାଙ୍କ ସହ ଯାଇଥିବା ଅନ୍ୟ ଜଣେ ଡାକ୍ତର ସ୍ୱାଧୀନ ପଣ୍ଡା ଏବେବି ନିଖୋଜ ଥିବା ଜଣାପଡିଛି । ଏହାସହ ବିଷ୍ଣୁଙ୍କ ଗ୍ରୁପରେ ଯାଇଥିବା ଅନ୍ୟ ୨ ଜଣ ଡାକ୍ତର ସ୍ୱୀକୃତି ମହାପାତ୍ର ଓ ଡାକ୍ତର ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।ସୂଚନା ମୁତାବକ, ବିଷ୍ଣୁପ୍ରସାଦ ତାଙ୍କ ପତ୍ନୀଙ୍କ ସହ ଗ୍ରୁପରେ ବେଙ୍ଗାଲୁରୁରୁ ୱାୟନାଡ ବୁଲିିବାକୁ ଯାଇଥିଲେ । ହେଲେ ସୋମବାର ରାତିରେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ଭୀଷଣ ଭୂସ୍ଖଳନ ହେବାରୁ ସେ ଓ ତାଙ୍କ ସାଥୀ ଡାକ୍ତର ନିଖୋଜ ହୋଇଯାଇଥିଲେ । ବିଷ୍ଣୁଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇଥିଲେ ବି ସେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ