Sunday, October 4, 2026
30.6 C
Odisha

    DRDO ର ବଡ଼ ପଦକ୍ଷେପ, ‘ରୁଦ୍ରମ୍-2’ ମିସାଇଲର ସଫଳ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ସଫଳତା । DRDO ଏବଂ ବାୟୁସେନା ଦ୍ୱାରା ‘ରୁଦ୍ରମ୍-2’ ମିସାଇଲର ସଫଳ ପରୀକ୍ଷଣ । ଓଡ଼ିଶା ଉପକୂଳରୁ ଗର୍ଜିଲା ସୁଖୋଇ। ଭାରତର ଆତ୍ମନିର୍ଭର ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । DRDO ଏବଂ ଭାରତୀୟ ବାୟୁସେନା ମିଳିତ ଭାବେ ଆକାଶରୁ ସ୍ଥଳଭାଗକୁ ନିକ୍ଷେପ କରାଯାଇପାରୁଥିବା ଅତ୍ୟାଧୁନିକ ‘ରୁଦ୍ରମ୍-2 ମିସାଇଲର ସଫଳ ପରୀକ୍ଷଣ କରିଛନ୍ତି । ଏହି ପରୀକ୍ଷଣ ମାଧ୍ୟମରେ ମିସାଇଲର ପ୍ରାୟ ୩୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁକୁ ଆଘାତ କରିବାର କ୍ଷମତା ରହିଛି । ଓଡ଼ିଶା ଉପକୂଳରେ ବାୟୁସେନାର ସୁଖୋଇ-୩୦ ଏମକେଆଇରୁ ଏହି ମିସାଇଲକୁ ଲଞ୍ଚ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରୁଦ୍ରମ୍-2 ନିର୍ଦ୍ଧାରିତ ପଥରେ ଗତି କରି ଶତ୍ରୁର ଲକ୍ଷ୍ୟସ୍ଥଳକୁ ସଠିକତାର ସହ ଧ୍ୱଂସ କରିଛି । ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ରୁ ମିଳିଥିବା ଡାଟା ଅନୁସାରେ ଏହି ପରୀକ୍ଷଣର ସମସ୍ତ ଉଦ୍ଦେଶ୍ୟ ସଫଳତାର ସହ ପୂରଣ ହୋଇଛି ।

    ରୁଦ୍ରମ୍-2 ହେଉଛି ଏକ ନେକ୍ସଟ୍-ଜେନେରେସନ୍ ଆଣ୍ଟି-ରେଡିଏସନ୍ ମିସାଇଲ୍। ଯାହା ବିଶେଷ କରି ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମ ଏବଂ ରାଡାରକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ଥିବା ରୁଦ୍ରମ୍-1ର ଏକ ବଡ଼ ଅପଗ୍ରେଡ୍ ସଂସ୍କରଣ । ରୁଦ୍ରମ୍-2ର ଟାର୍ଗେଟ କ୍ଷମତା ପ୍ରାୟ ୩୦୦ କିଲୋମିଟର ଦୂରତା। ଏହା ସୁଖୋଇ-୩୦ଏମକେଆଇ ଏବଂ ମିରାଜ୍-୨୦୦୦ ଭଳି ଯୁଦ୍ଧବିମାନରେ ବ୍ୟବହାର କରାଯାଇପାରିବ। ଏଥିରେ ଆଡଭାନ୍ସଡ ସିକର୍ସ ଏବଂ ଇମେଜିଙ୍ଗ ଇନଫ୍ରାରେଡ୍ ସହିତ ଏକ ହାଇବ୍ରିଡ୍ ସିଷ୍ଟମ ରହିଛି। ଯାହା ଶତ୍ରୁର ଟାର୍ଗେଟକୁ ସଠିକ୍ ଭାବେ ଚିହ୍ନଟ କରେ। ଏହା ସୁପରସୋନିକ ବେଗରେ ପ୍ରାୟ ମାକ୍ ୫.୫ ପର୍ଯ୍ୟନ୍ତ ଗତି କରିବାକୁ ସକ୍ଷମ। ଦୂରରେ ରହି ଶତ୍ରୁର ସାମରିକ ରାଡାର, ସରଫେସ୍-ଟୁ-ଏୟାର ମିସାଇଲ୍ ସାଇଟ୍ ଏବଂ କମାଣ୍ଡ ସେଣ୍ଟରକୁ ନିପାତ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି ସଫଳତା ପାଇଁ DRDO, ବାୟୁସେନା ଏବଂ ସଂଶ୍ଳିଷ୍ଟ ଶିଳ୍ପସଂସ୍ଥାକୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

    ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଆଡ଼କୁ ଏହା ଏକ ବଡ଼ ପଦକ୍ଷେପ । ଏହି ମିସାଇଲ୍ ସଫଳତା ପରେ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣିତ ହୋଇଯାଇଛି । ଏଣିକି ଆମର ପାଇଲଟ୍ ଏବଂ ଯୁଦ୍ଧବିମାନ ଶତ୍ରୁ ସୀମାର ଭିତରକୁ ନଯାଇ ଦୂରରେ ରହି ମଧ୍ୟ ଶତ୍ରୁର ଶକ୍ତିଶାଳୀ ଏୟାର ଡିଫେନ୍ସ ନେଟୱର୍କକୁ ଛାରଖାର କରିପାରିବେ । ବିଶେଷଜ୍ଞଙ୍କ ମତରେ, ରୁଦ୍ରମ୍-2 ସୀମାନ୍ତ ଅଞ୍ଚଳରେ ଚୀନ୍ କିମ୍ବା ପାକିସ୍ତାନ ଭଳି ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୁଦ୍ଧରେ ଭାରତ ପାଇଁ ଏକ ‘ଫୋର୍ସ ମଲ୍ଟିପ୍ଲାୟର’ ସାବ୍ୟସ୍ତ ହେବ । ଆଉ କିଛି ଟ୍ରାଏଲ୍ ଏବଂ ପ୍ରଡକ୍ସନ କ୍ଲିୟରାନ୍ସ ମିଳିବା ପରେ ଏହି ସ୍ୱଦେଶୀ ମିସାଇଲକୁ ଖୁବ୍ ଶୀଘ୍ର ଭାରତୀୟ ବାୟୁସେନାର ସ୍କ୍ୱାଡ୍ରନରେ ସାମିଲ କରାଯିବ । ବିଦେଶୀ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତ ସରକାର କରୁଥିବା ପ୍ରୟାସରେ ଏହା ଏକ ବଡ଼ ସଫଳତା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ