Tuesday, October 6, 2026
23.8 C
Odisha

    ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ

    ଆଗକୁ ପଢନ୍ତୁ

    ତେଲ୍ ଅଭିବ: ହାମାସ ମୁଖ୍ୟ ୟାହ୍ୟା ସିନବାରଙ୍କ ମୃତ୍ୟୁର ୭୨ ଘଣ୍ଟା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିବା ନେଇ ଏକ ଖବର ସାମ୍ନାକୁ ଆସିଛି। ଇସ୍ରାଏଲ ସରକାର କହିଛନ୍ତି ଯେ ଶନିବାର ଦିନ ଏକ ଡ୍ରୋନ୍ ନେତାନ୍ୟାହୁଙ୍କ ବାସଭବନକୁ ଟାର୍ଗେଟ କରିଥିଲା। ତେବେ ଏଥିରେ ତାଙ୍କର କୌଣସି କ୍ଷତି ହୋଇନାହିଁ ।

    ଏହି ଆକ୍ରମଣ ପରେ ସମଗ୍ର ଇସ୍ରାଏଲରେ ଆତଙ୍କ ଖେଳିଯାଇଛି । ନିଜେ ନେତନ୍ୟାହୁ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ଏବଂ ଅନ୍ୟ କେହି ମୃତାହତ ହୋଇନଥିବା ଜଣାପଡିଛି । କିଏ ଏହି ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହା ଲେବାନନରୁ ଆସିଥିବା ଅନୁମାନ କରାଯାଉଛି। ଆକ୍ରମଣ ସମୟରେ ନେତାନ୍ୟାହୁ ଉପସ୍ଥିତ ଥିଲେ କି ନାହିଁ ତାହା ଇସ୍ରାଏଲ ସେନା ସ୍ପଷ୍ଟ କରିନଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ସ୍ପଷ୍ଟ କରାଯାଇଛି। ଏହି ଘଟଣା ପରେ ସୁରକ୍ଷା ବାହିନୀ ହାଇ ଆଲର୍ଟରେ ରହିଛି। ଏହି ଆକ୍ରମଣ ସଂପର୍କରେ ବିସ୍ତୃତ ବିବରଣୀକୁ ଅପେକ୍ଷା କରାଯାଇଛି।

    ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ୟାହ୍ୟା ସିନ୍ୱାରଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଶନିବାର ଦିନ ଇସ୍ରାଏଲର ସିଜେରିଆ ସହରରେ ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଆଡ଼କୁ ଡ୍ରୋନ୍ ଉଡ଼ାଣ କରାଯାଇଥିଲା। ନେତନ୍ୟାହୁଙ୍କ ମୁଖପାତ୍ର କହିଛନ୍ତି ଯେ ଘଟଣା ସମୟରେ ସେ ଆଖପାଖରେ ନଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    87 %
    1.5kmh
    1 %
    Tue
    23 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ