Tuesday, April 7, 2026
27.6 C
Odisha

    ବିବାହ ବିଚ୍ଛେଦ ପରେ ‘ଡାଇଭର୍ସ’ ପରଫ୍ୟୁମ ଲଞ୍ଚ କଲେ ପ୍ରଧାନମନ୍ତ୍ରୀଙ୍କ କନ୍ୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୁବାଇର ଶାସକ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରାସିଦ ଅଲ ମକତୁମଙ୍କ ଝିଅ ଶେଖା ମାହରା ବିନ୍ତ ତାଙ୍କର ସୌନ୍ଦର୍ଯ୍ୟ ଓ ଷ୍ଟାଇଲିସ ଲୁକ ପାଇଁ ବେଶ ଚର୍ଚ୍ଚାରେ ଥାଆନ୍ତି।
    ନିକଟରେ ମାହରା ସୋସିଆଲ ମିଡିଆ ଜରିଆରେ ତାଙ୍କ ସ୍ବାମୀଙ୍କୁ ତିନତଲାକ ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା। ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ମାହରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ମାହରା ଏକ ପରଫ୍ୟୁମ ଲଞ୍ଚ କରିଥିବା ଦେଖିବାକୁ ମିଳୁଛି। ପରଫ୍ୟୁମର ନାମ ‘ଡାଇଭର୍ସ’ ରହିଛି। ଏହି ପରଫ୍ୟୁମ ଲଞ୍ଚ କରିବା ସମ୍ପର୍କରେ ମାହରା ନିଜେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

    ଜୁଲାଇ ମାସରେ ମାହରା ଇନଷ୍ଟାଗ୍ରାମରେ ସ୍ବାମୀଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାହରା ଏହି ପୋଷ୍ଟରେ ଲେଖିଥିଲେ , ‘ପ୍ରିୟର ସ୍ବାମୀ.. ଯେମିତି କି ଆପଣ ଏବେ ଅନ୍ୟ ଲୋକଙ୍କ ସହିତ ବ୍ୟସ୍ତ ଅଛନ୍ତି। ଏହି ବ୍ୟସ୍ତତା ଭିତରେ ମୁଁ ଆପଣଙ୍କୁ ତଲାକ ଦେବା ପାଇଁ ନିଷ୍ପତ୍ତି ନେଇଛି। ତେଣୁ ମୁଁ ଆପଣଙ୍କୁ ତଲାକ ଦେଉଛି। ମୁଁ ଆପଣଙ୍କୁ ତଲାକ ଦେଉଛି। ତେଣୁ ମୁଁ ଆପଣଙ୍କୁ ତଲାକ ଦେଉଛି । ଏଣିକି ନିଜର ଧ୍ୟାନ ରଖିବ। ଆପଣଙ୍କ ପୂର୍ବତନ ପତ୍ନୀ।’

    ଏହି ତିନତଲାକକୁ ନେଇ ମାହରା କହିଥିଲେ, ‘ଗତବର୍ଷ ଅର୍ଥାତ ୨୦୨୩ ମଇ ୨୭ ତାରିଖରେ ଶେଖ ମନା ବିନ ମକତୁମଙ୍କ ସହିତ ମୋର ବିବାହ ହୋଇଥିଲା। ଗତଦୁଇମାସ ତଳେ ମୁଁ ଏକ କନ୍ୟା ସନ୍ତାନ ଜନ୍ମ ଦେଇ ମା’ ହୋଇଛି।

    ବିବାହ ପରେ ଶେଖଙ୍କ ସହିତ ବୈବାହିକ ଜୀବନ ଠିକଠାକ ଚାଲିଥିଲା। କିନ୍ତୁ କିଛିଦିନ ହେବ ଶେଖ ମନା ବିନ ମକତୁମ ଅନ୍ୟ ଲୋକଙ୍କ ସହିତ ଖୁବ ବ୍ୟସ୍ତ ରହିବାକୁ ଲାଗିଛନ୍ତି। ଘର ସ୍ତ୍ରୀ ଓ ଛୁଆ ପାଇଁ ତାଙ୍କ ପାଖରେ ସମୟ ନାହିଁ। ଭାବିଥିଲି କିଛିଟା କାମ ବ୍ୟସ୍ତତାୁ ହେତୁ ସେ ଏପରି ସ୍ବଭାବ ଦେଖାଉଛନ୍ତି ପ‌ରେ ବଦଳିଯିବେ। କିନ୍ତୁ ଧୀରେଧୀରେ ତାଙ୍କ ସ୍ଭଭାବରେ ହେଉଥିବା ପରିବର୍ତ୍ତନ ଦେଖି ମୋତେ ଭଲ ଲାଗି ନଥିଲା। ପ୍ରତିଦିନ ଅଶାନ୍ତିରେ ଦିନ କାଟିବା ଅପେକ୍ଷା ତିନତଲାକ ଦେଇ ଉକ୍ତ ସମ୍ପର୍କରେ ପୁନଃଚ୍ଛେଦ ପକାଇବାକୁ ଉଚିତ ମଣିଲି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ