Monday, August 24, 2026
24.2 C
Odisha

    ୧ କୋଟି ୮ ଲକ୍ଷ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରାଯିବ: ପ୍ରଭାତୀ ପରିଡ଼ା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ‘ସୁଭଦ୍ରା’ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିରୋଧୀଙ୍କୁ କାଉଣ୍ଟର କରି କହିଛନ୍ତି, ରାଜ୍ୟରେ ୧ କୋଟି ୮ ଲକ୍ଷ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରାଯିବ। ୨୧ରୁ ୬୦ ବୟସ୍କ ମହିଳାଙ୍କ ସଂଖ୍ୟା ୨ କୋଟି ୨୫ ଲକ୍ଷ’ ସ୍ବଚ୍ଛଳ ବର୍ଗଙ୍କୁ ଛାଡ଼ିଦେଲେ ୨୧ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ପାଖାପାଖି ୧ କୋଟି ୮ ଲକ୍ଷ।

    ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନାର ନିର୍ଦ୍ଦେଶାବଳୀ ଜାରି ହୋଇଛି। ୨୧ରୁ ଅଧିକ ୬୦ବର୍ଷରୁ କମ୍ ବୟସ୍କ ମହିଳା ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କର ଯୋଗ୍ୟତାର ମାନଦଣ୍ଡ ସରକାର ସ୍ଥିର କରିଥିବା ବେଳେ ଏଥିରେ ଠକିବାକୁ କେହି ଉଦ୍ୟମ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ହିତାଧିକାରୀ ଆବେଦନ ସମୟରେ ଠିକ୍ ଓ ନିର୍ଭୁଲ ସୂଚନା ପ୍ରଦାନ କରିବା ଜରୁରି। ଯଦି କୌଣସି ସମୟରେ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି ତାହେଲେ ଅର୍ଥ ପ୍ରଦାନ ତ ବନ୍ଦ କରାଯିବ। ତାହା ସହ ଦିଆଯାଇଥିବା ଅର୍ଥକୁ ଫେରାଇ ଅଣାଯିବ ଏବଂ ଠକେଇ ପାଇଁ ଆଇନଗତ ଓ ପ୍ରାଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସରକାରଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି, ‘ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟ୍‌ରେ ଡିବିଟି ଜରିଆରେ ଏହି ଅର୍ଥ ଜମା କରାଯିବ। ଏଥିପାଇଁ ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। ଆଧାର କାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଶେଷ ତାରିଖ ଭାବେ ଗ୍ରହଣ କରାଯିବ। ୨୦୨୪-୨୫ ଆର୍ଥିକ ପାଇଁ ଚଳିତବର୍ଷ ଜୁଲାଇ ୧ ତାରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ବର୍ଷ କିମ୍ବା ତା’ଠାରୁ ଅଧିକ ଓ ୬୦ବର୍ଷରୁ କମ୍ ହେବା ଆବଶ୍ୟକ। ସେହିପରି ଆବେଦନକାରୀଙ୍କ ଜନ୍ମ ତାରିଖ ୧୯୬୪ ମସିହା ଜୁଲାଇ ୨ ପୂର୍ବରୁ କିମ୍ବା ୨୦୦୩ ଜୁଲାଇ ୧ ତାରିଖ ପରେ ହେବା ଉଚିତ ନୁହେଁ। ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଯୋଗ୍ୟତା ତାରିଖ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    97 %
    1.5kmh
    100 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ