Saturday, March 21, 2026
19 C
Odisha

    ଭୁବନେଶ୍ବର ସମ୍ ହସ୍ପିଟାଲ ଛକରେ ଖୋଲିଲା ଡାଇନାମିକ ଜିମର ଦ୍ବିତୀୟ ଷ୍ଟୋର

    ଆଗକୁ ପଢନ୍ତୁ

    ଜୟଦେବ ବିହାର ଠାରେ ଥିବା ପ୍ରଥମ ଷ୍ଟୋରର ସଫଳତା ପରେ ସମ୍ ହସ୍ପିଟାଲ ଛକରେ ଡାଇନାମିକ ଜିମ୍ ତା’ର ଦ୍ଵିତୀୟ ଷ୍ଟୋରର ଶୁଭ ଉଦଘାଟନ କରିଛି । ଏହି ଜିମକୁ ଜଟଣୀର ବିଧାୟକ ଶ୍ରୀଯୁକ୍ତ ସୁରେଶ ରାଉତରାୟ ଉଦଘାଟନ କରିଥିଲେ । ପ୍ରାୟ ୬୦୦୦ ବର୍ଗଫୁଟର ଏହି ଜିମରେ ନାମୀ ଦାମୀ ବିଦେଶୀ ଆଧୁନିକ ଯନ୍ତ୍ରପାତି ରହିଛି । ଶରୀର ଫିଟ ତ, ସବୁ ଫିଟ୍ ସେଥିପାଇଁ ଦୁଇ ଜଣ ବନ୍ଧୁ ଡେୟାରିଂ ଅମିନ ଏବଂ ଶିବାଙ୍ଗୀ ସିଂ ମିଶି ଜିମ୍ ମାଧ୍ୟମରେ ଲୋକଙ୍କ ଶରୀରକୁ ସୁସ୍ଥ ରଖିବାକୁ ଚିନ୍ତାକଲେ । ଆଜିର ଏହି ମଡର୍ଣ୍ଣ ଯୁଗରେ ଲୋକ ମାନେ ସୁନ୍ଦର ସହିତ ଫିଟ ରହିବାକୁ ଇଚ୍ଛା କରୁଥିବା ବେଳେ ଜିମ ହେଉଛି ଏକ ମାଧ୍ୟମ ଯାହାକୁ ଆଧାର କରି ନିଜ ଶରୀର ଅନୁସାରେ ଭଲ ଟ୍ରେନର ସାହାଯ୍ୟ ନେଇପାରିବେ । ଏଠାରେ ଲେଡିଜ ଟ୍ରେନର ମଧ୍ୟ ରହିଛନ୍ତି ।ଜୁମ୍ବା, ଏରୋବିକ ସାହାଯ୍ୟରେ ନିଜର ଶରୀରକୁ ସନ୍ତୁଳନ ରଖନ୍ତୁ ବୋଲି ଆଜି ମାଲିକ ଦୁଇ ବନ୍ଧୁ ଗ୍ରାହକ ମାନଙ୍କୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ । ରାଜଧାନୀ ରେ ଥିବା ସମସ୍ତ ଜିମଠାରୁ ସବୁ ଗୁଣରେ ଅଧିକ ସୁବିଧା ଏହି ଡାଇନାମିକ ଜିମରେ ରହିଛି । ବର୍ତ୍ତମାନ ଗ୍ରାହକମାନଙ୍କ ପାଇଁ ସ୍ପେସିଆଲ ଅଫର ୨୫% ରିହାତି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ