Thursday, February 26, 2026
21.7 C
Odisha

    ଦୀପକ ଗୁପ୍ତାଙ୍କର ବଡ଼ବିଲ ଘର ଏବଂ କାର୍ଯ୍ୟାଳୟରେ ଇଡିର ଚଢ଼ଉ

    ଆଗକୁ ପଢନ୍ତୁ

    କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ଦୀପକ ଗୁପ୍ତାଙ୍କର ବଡ଼ବିଲ ସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ଚଢ଼ଉ ଚାଲିଛି। ଖଣି ଦୁର୍ନୀତି ସଂପର୍କୀତ ମାମଲାରେ ଏହି ଚଢ଼ଉ ହେଉଥିବା ସୂଚନା ମିଳିଛି। ଚଢ଼ଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୂଚନା ଅନୁଯାୟୀ, ବଡ଼ବିଲରେ ଥିବା ମହାନ୍ତବସ୍ତି ରୋଡ଼୍ ସ୍ଥିତ ଦୀପକ ଗୁପ୍ତାଙ୍କର ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଇଡି ତରଫରୁ ଚଢ଼ଉ ଆରମ୍ଭ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ, ଉଲିବୁରୁ ଖଣିରେ ୧୮ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ୨୦୧୩ ମସିହା ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    23 %
    2kmh
    0 %
    Thu
    22 °
    Fri
    34 °
    Sat
    36 °
    Sun
    37 °
    Mon
    38 °

    ସମ୍ବନ୍ଧିତ