Sunday, September 13, 2026
27.6 C
Odisha

    ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଧିକାରୀଙ୍କୁ ଘାଣ୍ଟିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଯନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କୁ ଘାଣ୍ଟିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା। ସେ କହିଛନ୍ତି, ଆମେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ୧୪ ଜଣ ଯନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ସଂପର୍କରେ ତଥ୍ୟ ଦେଇଛୁ। ଏହାଛଡ଼ା ଆୟକର ବିଭାଗକୁ ବି ସମସ୍ତ ତଥ୍ୟ ।
    ଭିଜିଲାନ୍ସ ଧରୁଥିବା ଲୋକଙ୍କ ତଥ୍ୟ ବିଭିନ୍ନ ଏଜେନ୍ସିକୁ ଦିଆଯାଇଥାଏ। ବଡ଼ ବଡ଼ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକୁ ବିଭିନ୍ନ ଏଜେନ୍ସି ସହ ଶେଆର କରୁ। ଆଇଟି, ଇଡି ଆଦି ଏଜେନ୍ସିକୁ ଆମେ ତଥ୍ୟ ଶେଆର କରିଥାଉ। ସେମାନେ ସେମାନଙ୍କ ଆବଶ୍ୟକ ଅନୁସାରେ ଖୋଳତାଡ଼ କରିଥାନ୍ତି ଏବଂ ଆବଶ୍ୟକ ମନେ ହେଲେ ସେମାନେ ତାଙ୍କ ଶୈଳୀରେ ତଦନ୍ତ କରିଥାନ୍ତି।

    ସୂଚନାଯୋଗ୍ୟ, ଓଡ଼ିଶାରେ ବିଜେପି ସରକାର ଆସିବା ପରେ ରାଜ୍ୟରେ ନିୟମିତଭାବେ ଭିଜିଲାନ୍ସ ଚଢ଼ଉ ହେଉଛି। ଏଦୃଷ୍ଟିରୁ ଆଗକୁ ଯେଉଁମାନେ ଭିଜିଲାନ୍ସ ଜାଲରେ ପଡ଼ିବେ ସେମାନେ ବି ଇଡି ସ୍କାନର୍ ରେ ଆସିବେ। ଇଡି ଅର୍ଥର ଉତ୍ସକୁ ନେଇ ଖୋଳତ‌ାଡ଼ କରିବ ଏବଂ ଅନ୍ୟ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଏଥିରେ ଜଡ଼ିତ ଥିବେ, ସେମାନଙ୍କୁ ବି ସମନ କରି ଜେରା କରିପାରେ ଇଡି। ଏହାକୁ ନେଇ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ମଧ୍ୟରେ ଛନକା ପଶିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ