Friday, October 18, 2024
29.5 C
Odisha

    ଘରୁ ତଡି ତାଲା ପକାଇଲା ପୁଅ, ପର ବାରଣ୍ଡାରେ ରାତି କଟୁଛି ବୁଢ଼ି ମାଆ

    ଆଗକୁ ପଢନ୍ତୁ

    କୋଣାର୍କ : ରାସ୍ତାରେ ଗୋଟିଏ ଗୋଟିଏ ପାଦ ପକାଇ ଚାଲୁଛି ବୁଢ଼ି ମାଆଟି । ଅଣ୍ଟା ସଳଖି ଠିକଭାବେ ଚାଲି ବି ପାରୁନି । ପୁଣି ଚାଲୁ ଚାଲୁ ମଝିରେ ଛିଡା ହେଇକି କାନ୍ଦୁଛି । ଏ ମାଆର କାନ୍ଦ ଦେଖି ସତରେ ମନକୁ ଭାରି ବାଧୁଛି । ଏ ବୁଢ଼ି ମାଆ ଏମିତି କାନ୍ଦୁଛି କାହିଁକି, କାହିଁକି ସେ ଆଜି ରାସ୍ତା ଉପରେ ।

    ଦର୍ଶକବନ୍ଧୁ ଏ ମାଆଟି ଆଖିର ଲୁହ କାହିଁକି ଜାଣିଛନ୍ତି, ତାର ଜନ୍ମକଲା ପୁଅ ପାଇଁ । ଯେଉଁ ପୁଅକୁ ସେ ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ କରିଥିଲା ଆଜି ସେହି ପୁଅ ତାକୁ ଘରୁ ତଡି ଦେଇଛି । ପୁଣି ଏଇ ବୟସରେ । ଯେଉଁ ବୟସରେ ମାଆ ବାଡିକୁ ସାହାରା କରି ଚାଲୁଛି । ସେ ପୁଅର ମନ କେମିତି କହିପାରିଲା ଏଇ ପରିଣତ ବୟସରେ ବୁଢ଼ି ମାଆକୁ ଏମିତି ଘରୁ ତଡି ଦେଇ ବାର ଦୁଆର କରିବାକୁ । ଏ ମାଆ କେତେ ବିକଳ ହେଇ ଚାହିଁ ରହିଛି ସାହାରା ଟିକେ ପାଇଁ । ପୁଅ ବାହାର କରିଦେବା ପରେ ଆସି ଗାଁ ଅଙ୍ଗନବାଡି କେନ୍ଦ୍ରରେ ନିଜ ଝିଅ ସହ ଆଶ୍ରୟ ନେଇଛି ବୁଢ଼ି ମାଆଟି । ମାଆକୁ ତ ବାହାର କରିଦେଲା, ମାଆ ସହିତ ଘରେ ରହୁଥିବା ଭଉଣୀକୁ ବି ଘରୁ ବାହାର କରିଦେଇଛି । ଏବେ ଦୁଇ ଜଣ ଯାକ ପଡି ରହିଛନ୍ତି ଅଙ୍ଗନବାଡି ବାରଣ୍ଡାରେ । ପୁରୀ ଜିଲ୍ଲା ଗୋପ ଥାନା ଅଧିନସ୍ତ ଓଲମରା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।

    ନିମାପଡା ବ୍ଲକ ଅଧିନସ୍ତ ବାମନାଳ ପଞ୍ଚାୟତ ଓଲମରା ଗାଁର ତାରାମଣି ସ୍ୱାଇଁଙ୍କ ଦୁଇଟି ପୁଅ ଆଉ ଦୁଇଟି ଝିଅ ଥିବା ବେଳେ ସାନ ଝିଅର ବାହାଘର ପରେ କୌଣସି କାରଣରୁ ବିବାଦ ହେବାରୁ ସେ ବାପ ଘରେ ରହି ଆସୁଥିଲେ । ଏହା ସହ ବଡ଼ ପୁଅର ଅକାଳ ବିୟୋଗ ପରେ ମା ତାରାମଣି ସ୍ବାଇଁ ଭାଙ୍ଗି ପଡ଼ିଥିଲେ। ଏହାପରେ ସେ ନିଜ ଘରେ ସାନ ପୁଅ ଚନ୍ଦ୍ରକାନ୍ତ ସ୍ୱାଇଁଙ୍କ ପାଖରେ ସାନ ଝିଅ ମନୋରମା ସ୍ୱାଇଁଙ୍କୁ ଧରି ରହି ଆସୁଥିଲେ। ମନୋରମା ବି ବାପ ଘରେ ନିଜ ମା ପାଖରେ ରହି ଛେଳି କୁକୁଡ଼ା ପାଳନ କରନ୍ତି । ସେଥିରୁ ଯାହା ରୋଜଗାର ହୁଏ ସେହି ଟଙ୍କାରେ ମା, ଝିଅ ଚଳିଯାଆନ୍ତି। କିନ୍ତୁ କିଛି ଦିନ ହେବ ଭାଇ ଚନ୍ଦ୍ରକାନ୍ତ ସ୍ୱାଇଁ ମା ଓ ଭଉଣୀକୁ ଘରୁ କାଢ଼ିଦେଇଥିଲେ। ଏମିତିକି ମିଳୁଥିବା ମାସିକ ଭତ୍ତା ଟଙ୍କା ସହିତ ମିଳୁଥିବା ଚାଉଳ ନିଜେ ଚନ୍ଦ୍ରକାନ୍ତ ସ୍ୱାଇଁ ନେଇ ଯାଉଥିଲେ। ଯାହା ଦ୍ୱାରା ମା, ଝିଅ ଚଳିବା କଷ୍ଟକର ହୋଇ ପଡୁଥିଲା ସେମାନେ ପାଟି ଖୋଲିବାରୁ ଭାଇ ଚନ୍ଦ୍ରକାନ୍ତ ସ୍ୱାଇଁ ମାକୁ ବହୁତ ହଇରାଣ ହରକତ କରୁଥିବା କୁହନ୍ତି ନିଜେ ତାରାମଣି ଓ ଝିଅ ।
    ଭୟରେ ସେମାନେ କାହାକୁ ନ କହି ଚୁପ ଥିବା ବେଳେ ଭାଇର ଉଦ୍ଧତାମି ଚରମ ସୀମାରେ ପହଞ୍ଚିବା ପରେ ସେମାନେ ଗ୍ରାମ୍ୟ କମିଟିରେ ଜଣାଇଥିଲେ। ଗ୍ରାମ୍ୟ କମିଟି ଆଲୋଚନା ପରେ ସେମାନଙ୍କୁ ଗୋଟେ ବଖରା ଘର ରହିବାକୁ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଚନ୍ଦ୍ରକାନ୍ତ ସ୍ୱାଇଁ ସେମାନଙ୍କୁ ଘରୁ ବାହାର କରି ଘରେ ତାଲା ପକାଇ ଭୁବନେଶ୍ୱର ଚାଲି ଯାଇଥିଲେ। ଫଳରେ ସେମାନେ ଏବେ ବାରଣ୍ଡାରେ ରହୁଥିଲେ। ଅସୁବିଧା ହେବାରୁ ସେମାନେ ରହିବାରେ ଅସୁବିଧା ହେବାରୁ ନିଜ ଗାଁର ମୁଖିଆ ମାନଙ୍କୁ ଜଣାଇବା ସହିତ ସରପଞ୍ଚ, ଓ ନିଜ ୱାର୍ଡର ୱାର୍ଡ ମେମ୍ବର ଲିଙ୍ଗରାଜ ପ୍ରଧାନଙ୍କୁ ଜଣାଇବା ପରେ ଗାଁ ମୁଖିଆମାନେ ଆଇନର ଆଶ୍ରୟ ନେବାକୁ କହିଥିଲେ। ପରେ ନ୍ୟାୟ ପାଇଁ ୱାର୍ଡ ମେମ୍ବର ଲିଙ୍ଗରାଜ ପ୍ରଧାନଙ୍କୁ ଧରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମାଆ ଓ ଝିଅ ।

    ତେବେ ଏ ନେଇ ଆମ ପ୍ରତିନିଧି ଗୋପ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ପଚାରି ବୁଝିବା ପରେ ସେ କହିଥିଲେ ଯେ ସେମାନଙ୍କୁ ଥାନାକୁ ଡକା ଯାଇଛି । ସେମାନେ ଆସିଲେ ସେମାନଙ୍କ ବିଚାର କରାଯିବ। ତେବେ କେବେ ନ୍ୟାୟ ପାଉଛନ୍ତି ଅବହେଳିତ ମା ଓ ଝିଅ ତାହାକୁ ଖାଲି ଅପେକ୍ଷା। ଦର୍ଶକବନ୍ଧୁ ଗୋଟେ କଥା ସେ ପୁଅକୁ କହିବାକୁ ଚାହିଁବୁ ନିଶ୍ଚୟ, ଏ ମାଆ କଣ ପୁଅ ଜନ୍ମ କରିଥିଲା ଆଜି ଏଇ ଦିନ ଦେଖିବାକୁ । ଏଇ ବୟସରେ ନିଜ ମାଆକୁ ଏମିତି ବାର ଦୁଆର ବାରଣ୍ଡା କରିବାକୁ ମୁହଁରେ ଟିକେ ଲାଜ ଆସୁନି । ତାଛଡା କେମିତି ଭୁଲି ଯାଉଛ ତୁମେ ବି ଦିନେ ବୃଦ୍ଧ ହେବ ଆଉ ଦିନେ ଏମିତି ସମୟ ତୁମର ବି ଆସିବ । ସେତେବେଳେ ଯଦି ତୁମ ପୁଅ ତୁମ ସହିତ କରେ ତୁମକୁ କେମିତି ଲାଗିବ । ତେଣୁ ଏ ମାଆର ଆଖି ଲୁହ ତୁମ ଉପରେ ପଡିବା ପୂର୍ବରୁ ମାଆକୁ ସାହାରା ଦିଅ । କାହିଁକିନା ମାଆର ମୂଲ୍ୟ ନା କେହି ଦେଇଛନ୍ତି ନା କେହି ଦେଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ