Friday, October 9, 2026
29 C
Odisha

    କଶ୍ମୀରରେ ସେନାର ଆତଙ୍କବାଦୀ ନିପାତ ଅଭିଯାନ, ଜଣେ ଆତଙ୍କବାଦୀ ମୃତ

    ଆଗକୁ ପଢନ୍ତୁ

    ଶ୍ରୀନଗର : ଜମ୍ମୁ-କଶ୍ମୀରର ସୋପୋରର ରାଫିଆବାଦରେ ସୁରକ୍ଷାବଳ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସୋପୋର ପୁଲିସ ଓ ୩୨ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ଅପରେସନରେ ଏହି ଅପରେସନ କରାଯାଇଥିଲା। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏହି ଅଂଚଳରେ ଅଧିକ ଆତଙ୍କବାଦୀ ଥାଇପାରନ୍ତି ବୋଲି କୁହାଯାଉଛି ।

    ଗତ କିଛି ଦିନ ହେବ ଆତଙ୍କବାଦୀଙ୍କୁ ଠାବ କରି ନିପାତ କରିବା ପାଇଁ ପୁଲିସ ସହ ସେନା ସର୍ଚ୍ଚ ଅପରେସନ ଚଳାଇଛି। ସୋମବାର (୧୯ ଅଗଷ୍ଟ ୨୦୨୪) ଡୁଡୁର ଚିଲ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ମିଳିତ ପାଟ୍ରୋଲିଂ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ସିଆରପିଏଫ ଇନ୍ସପେକ୍ଟର କୁଲଦୀପ କୁମାର ସହିଦ ହୋଇଥିଲେ।
    ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ଯେପରି କୌଣସି ବିଶୃଙ୍ଖଳା ନ ହୁଏ ସେଥିପାଇଁ କେନ୍ଦ୍ର ସରକାର ବ୍ୟାପକ ସୁରକ୍ଷା ବଳ ମୁତୟନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀରରେ ପାଖାପାଖି ୩୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    59 %
    1.9kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ