Tuesday, March 5, 2024
20.5 C
Odisha

    ବିଶାଖାପାଟଣା ଟେଷ୍ଟ : ଇଂଲଣ୍ଡ ୨୯୨ ରନରେ ଅଲଆଉଟ,୧୦୬ ରନରେ ଜିତିଲା ଭାରତ

    ଆଗକୁ ପଢନ୍ତୁ

    ବିଶାଖାପାଟଣା : ବିଶାଖାପାଟଣା ଟେଷ୍ଟରେ ଇଂଲଣ୍ଡକୁ ୨ୟ ଇନିଂସରେ ୨୯୨ ରନରେ ଅଲଆଉଟ କରି ମ୍ୟାଚକୁ ୧୦୬ ରନରେ ଜିତିନେଇଛି ଭାରତ । ଭାରତ ପକ୍ଷରୁ ୩୯୯ ରନର ଲକ୍ଷ୍ୟର ଟାର୍ଗେଟ୍ ଦିଆଯାଇଥିବାବେଳେ ଜାକ୍ କ୍ରାଉଲିଙ୍କ ଛଡ଼ା ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । କ୍ରାଉଲି ୭୩ ରନ କରିଥିଲେ । ତୃତୀୟ ଦିନରେ ୬୭ ରନ୍ କରିବା ପରେ ଇଂଲଣ୍ଡଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ କହିଥିଲେ ଯେ ଚତୁର୍ଥ ଦିନରେ ଆମେ ୬୦-୭୦ ଓଭରରେ ଅବଶିଷ୍ଟ ୩୩୨ ରନ୍ କୁ ପିଛା କରିବୁ। ୬୦୦ ରନର ଟାର୍ଗେଟକୁ ପିଛା କରିବାକୁ ଦଳ ପ୍ରସ୍ତୁତ ଥିବା ସେ କହିଥିଲେ। କିନ୍ତୁ ୪ର୍ଥ ଦିନରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ସାମନାରେ ବେଶୀସମୟ ତିଷ୍ଠିପାରିନଥିଲେ ।

    ଚତୁର୍ଥ ଦିନର ମଧ୍ୟାହ୍ନ ଭୋଜନ ପୂର୍ବରୁ ଇଂଲଣ୍ଡ ୬ ୱିକେଟ୍ ହରାଇଥିଲା। ତେବେ ଟମ୍ ହାର୍ଟଲି ୩୬ ଓ ବେନ୍ ଫୋକ୍ସ ୩୬ ରନ୍ କରି ଇଂଲଣ୍ଡର ଆଶା ବଢ଼ାଇଥିଲେ ହେଁ ଯଶପ୍ରୀତ ବୁମରା ଫୋକ୍ସଙ୍କୁ ଆଉଟ୍ କରି ଭାରତୀୟ ବିଜୟ ନିଶ୍ଚିତ କରିଦେଇଥିଲେ ।

    ଏହି ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିଥିଲା ଓ ନିଜର ପ୍ରଥମ ଇନିଂସରେ ୩୯୬ ରନ କରିଥିଲା । ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୫୩  ରନ କରି ଅଲଆଉଟ ହୋଇଯାଇଥିଲା । ଏହା ପରେ ଭାରତ ନିଜର ୨ୟ ଇନିଂସରେ ୨୫୫ ରନ କରିଥିଲା ।

    ଭାରତ ପକ୍ଷରୁ ଏହି ମ୍ୟାଚରେ ୯ଟି ଓ୍ବିକେଟ ନେଇଥିବା ଯଶପ୍ରୀତ ବୁମରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.5 ° C
    20.5 °
    20.5 °
    67 %
    0.5kmh
    0 %
    Tue
    33 °
    Wed
    35 °
    Thu
    34 °
    Fri
    35 °
    Sat
    37 °

    ସମ୍ବନ୍ଧିତ